କନକ ବ୍ୟୁରୋ : ଅଖିଳ ଭାରତୀୟ ଆଖଡା ପରିଷଦର ଅଧ୍ୟକ୍ଷ ନରେନ୍ଦ୍ର ଗିରିଙ୍କ ସନ୍ଦେହଜନକ ମୃତ୍ୟୁ ଏବେ ଅନେକ ପ୍ରଶ୍ନବାଚୀ ସୃଷ୍ଟି କରିଛି । ମୃତ୍ୟୁର କାରଣ ନେଇ ଖୋଳତାଡ ଜାରି ରଖିଛି ଉତରପ୍ରଦେଶ ପୁଲିସ । ବଦନାମ ଭୟରେ ସେ ଆତ୍ମହତ୍ୟା କରିଥିବା ନିଜ ସୁସାଇଡ ନୋଟରେ ଲେଖିଛନ୍ତି ମହନ୍ତ ନରେନ୍ଦ୍ର ଗିରି । ଏଥିରେ ଆନନ୍ଦଗିରିଙ୍କ ସମେତ ଆଉ କିଛି ଲୋକଙ୍କ ନାଁ ରହିିଛି । ମହନ୍ତଙ୍କ ପୋଷ୍ଟମର୍ଟମ ଚାଲିଛି ଓ ପ୍ରାୟାଗରାଜ ମଠରେ ହିଁ ସମାଧି ଦିଆଯିବ ।
- ଘଟଣାସ୍ଥଳରୁ ମିଳିଥିବା ସୁସାଇଡ ନୋଟ୍, ମୋବାଇଲରୁ ମିଳିଥିବା ଭିଡିଓ ଓ ଏକ ଫଟୋକୁ ନେଇ ତଦନ୍ତର ଦିଗ ଆଗକୁ ବଢିଛି
- ସୁସାଇଡ ନୋଟରେ ନରେନ୍ଦ୍ର ଗିରି ଲେଖିଛନ୍ତି, ଆନନ୍ଦ ଗିରି ତାଙ୍କୁ ଅପମାନ କରିବାକୁ ଷଡଯନ୍ତ୍ର କରିଥିଲା
- କୌଣସି ମହିଳଙ୍କା ସହ କମ୍ୟୁଟରାଇଜଡ ଫଟୋ ଭାଇରାଲ କରିବାକୁ ଧମକ ଦେଇଥିଲା ଆନନ୍ଦ ଗିରି
- ଏଥିରେ ଡରିଯାଇଥିଲେ ମହନ୍ତ ନରେନ୍ଦ୍ର ଗିରି
- ଫଟୋକୁ ଭାଇରାଲ କରାଯାଇପାରେ ବୋଲି ଆଶଙ୍କା ପ୍ରକାଶ କରିଥିଲେ
- ଦ୍ୱିତୀୟ କଥା ହେଲେ, ମହନ୍ତଙ୍କ ମୋବାଇଲରୁ ଜବତ ହୋଇଥିବା ଭିଡିଓ
- ମହେନ୍ଦ୍ର ଗିରିଙ୍କ ମୋବାଇଲରୁ ବି ଏକ ଭିଡିଓ ଜବତ ହୋଇଛି
- କୁହାଯାଉଛି, ୫୦ ସେକେଣ୍ଡର ଏହି ଭିଡିଓ ମହନ୍ତ ଆତ୍ମହତ୍ୟା ପୂର୍ବରୁ କରିଥିଲେ
- ଭିଡିଓରେ ସେ ଆତ୍ମହତ୍ୟା ପାଇଁ ଆନନ୍ଦ ଗିରି ଓ ଅନ୍ୟ ୩ ଜଣଙ୍କ ନାଁ ନେଇଛନ୍ତି
- ପୁଲିସ ଭିଡିଓକୁ ଫରେନସିକ ଯାଂଚ ପାଇଁ ପଠାଇଥିବାବେଳେ ସୁସାଇଡ ନୋଟକୁ ହ୍ୟାଣ୍ଡ ରାଇଟିଂ ଏକ୍ସପର୍ଟଙ୍କ ପାଖରୁ ପଠାଯାଇଛି