ନୂଆବର୍ଷରେ ନୂଆ ସ୍କିମ ଆରମ୍ଭ କଲେ ମୋଦି ସରକାର ! ମାତ୍ର ୧୨୦ ଘଣ୍ଟା ତାଲିମ ନିଅନ୍ତୁ ଭଲ ବେତନରେ ଚାକିରୀ କରନ୍ତୁ

Advertisment
ନୂଆବର୍ଷରେ ନୂଆ ସ୍କିମ ଆରମ୍ଭ କଲେ ମୋଦି ସରକାର ! ମାତ୍ର ୧୨୦ ଘଣ୍ଟା ତାଲିମ ନିଅନ୍ତୁ ଭଲ ବେତନରେ ଚାକିରୀ କରନ୍ତୁ

କନକ ବ୍ୟୁରୋ : କେନ୍ଦ୍ର ସରକାର ନୂଆବର୍ଷଠାରୁ ନୂଆ ଯୋଜନା ଆରମ୍ଭ କରିବା ପାଇଁ ଯାଉଛନ୍ତି । ତେବେ ମୋଦି ସରକାର ପୂର୍ବରୁ ମଧ୍ୟ ଅନେକ ଯୋଜନା କରିଛନ୍ତି । ହେଲେ ବର୍ଷ ଆରମ୍ଭରୁ ଅର୍ଥାତ୍ ଜାନୁଆରୀ ୧ ତାରିଖରୁ ବେରୋଜଗାରିଆଙ୍କ ପାଇଁ ଏକ ଯୋଜନା କରିଛନ୍ତି । ସେହି ଯୋଜନାର ନାମ ‘ବରୁଣ ମିତ୍ର ଯୋଜନା’ରଖାଯାଇଛି । ଏହି ଯୋଜନାରେ ସରକାର ୩ ସପ୍ତାହ ମାଗଣାରେ ଟ୍ରେନିଂ ଦିଆଯିବାର ବ୍ୟବସ୍ଥା ରହିଛି । ଏହି ଟ୍ରେନିଂ MNRE  ଏବଂ NISE ମନ୍ତ୍ରଣାଳୟ ଅଧୀନରେ କାର୍ଯ୍ୟ କରିବ । ଏହାକୁ ସୋଲାର ୱାଟର ପମ୍ପିଂ ‘ବରୁଣ ମିତ୍ର’ ଯୋଜନା କୁହାଯାଇଛି ।

publive-imageଏହି ଟ୍ରେନିଂ ନେବା ପରେ ଅତି ସହଜରେ ଚାକିରୀ ମିଳିବ ବୋଲି ସୂଚନା ମିଳିଛି । ଏହାସହ ଅଳ୍ପ ଦରମା ପାଉଥିବା ଲୋକମାନେ ଏହା ମାଧ୍ୟମରେ ଅଧିକ ଟଙ୍କା ପାଇପାରିବେ ବୋଲି ଜଣାପଡିଛି । ତେବେ ଜାଣିରଖନ୍ତୁ ଏହି ଯୋଜନାରେ କେତେ ଓ କିପରି ଲାଭ ପାଇବେ ଆପଣ?

ସରକାରଙ୍କଠାରୁ ମିଳିଥିବା ସୂଚନା ଅନୁସାରେ ସୋଲାର ଶକ୍ତିକୁ ବ୍ୟବହାର କରି କିପରି ଭାବରେ ଅଧିକରୁ ଅଧିକ ସାମଗ୍ରୀ ତିଆରି କରିହେବ ସେନେଇ ସରକାର ଚିନ୍ତା କରିବା ସହିତ ଏହା ମାଧ୍ୟମରେ ଅଧିକରୁ ଅଧିକ ରୋଜଗାର ସୃଷ୍ଟି କରିବାର ଲକ୍ଷ୍ୟ ରଖିଛନ୍ତି । ତେଣୁ ଏହା ଉପରେ ସବିଶେଷ ଜ୍ଞାନ ଦେବା ପାଇଁ ଅର୍ଥାତ ଟ୍ରେନିଂ ଦେବା ପାଇଁ ସରକାର ପଦକ୍ଷେପ ନେଇଛନ୍ତି । ଏହି ଯୋଜନା ମାଧ୍ୟମରେ ବିଭିନ୍ନ ପ୍ରକାର ଦକ୍ଷତା ବା ତାଲିମ ଦିଆଯିବ ବୋଲି ସୂଚନା ମିଳିଛି ।

ଏହି ତାଲିମର ଆରମ୍ଭ ୧ ଜାନୁଆରୀଠାରୁ ଆରମ୍ଭ ହୋଇ ୨୦୧୯ ଜାନୁଆରୀ ୧୯ ପର୍ଯ୍ୟନ୍ତ ଦିଆଯିବାର ବ୍ୟବସ୍ଥା କରାଯାଇଛି । ମାତ୍ର ୧୨୦ ଘଣ୍ଟା ତାଲିମ ଦିଆଯିବ । ଏହାସହ ଏହି କାର୍ଯ୍ୟକ୍ରମରେ ସାମିଲ ହେବା ପାଇଁ ଶେଷ ତାରିଖ ଡିସେମ୍ବର ୨୮ ଥିଲା । ପିଲାମାନଙ୍କ ଅଧିକରୁ ଅଧିକ ପ୍ରାକ୍ଟିକାଲ ଟ୍ରେନିଂ ଦିଆଯିବାର ବ୍ୟବସ୍ଥା କରାଯାଇଛି । ତାଲିମ ନେବାକୁ ଥିବା ସମସ୍ତ ପିଲାମାନଙ୍କୁ ଏପରି ଭାବରେ ତାଲିମ ଦିଆଯିବାର ବ୍ୟବସ୍ଥା କରାଯାଇଛି ଯେପରି ଭାବରେ ସେମାନେ ଅତି ସହଜରେ କାମ କରିପାରିବେ । ଏହାସହ ଫିଲଡକୁ ନେଇ କିପରି ଭାବରେ କାମ ହେଉଛି ତାହା ମଧ୍ୟ ଦେଖାଯିବାର ବ୍ୟବସ୍ଥା କରାଯିବ ବୋଲି ସୂଚନା ମିଳିଛି । ଏହି ଟ୍ରେନିଂ ସମ୍ପୂର୍ଣ୍ଣ ଭାବରେ ମାଗଣା ହୋଇଥିବା ବେଳେ ଯଦି କେହି ହଷ୍ଟେଲରେ ରହିବା ପାଇଁ ଚାହୁଁଛନ୍ତି ତାଙ୍କୁ ଦେୟ ଦେଲାକୁ ପଡିବ ବୋଲି ସ୍ପଷ୍ଟ ଭାବରେ ଉଲ୍ଲେଖ ରହିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe