ଔରଙ୍ଗାବାଦରେ ବର୍ଷା ଆଣିଲା ମହାବିପତ୍ତି : ୬ ଜିଲ୍ଲାରୁ ୧୩ଜଣଙ୍କ ଜୀବନ ନେଲାଣି ଲଗାଣ ବର୍ଷା

71

କନକ ବ୍ୟୁରୋ : ମହାରାଷ୍ଟ୍ର ଔରଙ୍ଗାବାଦରେ ବର୍ଷା ଆଣିଲା ମହାବିପତ୍ତି । ୪୮ଘଂଟାର ଲଗାଣବର୍ଷା ପରେ ପାଣିରେ ବୁଡିଛି ପୂରା ଔରଙ୍ଗାବାଦ ସହର  । ଔରଙ୍ଗାବାଦ ନାରେଗାଓଁରେ ଦେଖିବାକୁ ମିଳିଛି ବର୍ଷା ପାଣିର ପ୍ରଖର ସ୍ରୋତ । କେଉଁଠି ଲୋକମାନେ ଫଶି ରହିଛନ୍ତି ତ ପୁଣି କେଉଁଠି ଯାନବାହାନ ବର୍ଷା ପାଣିରେ ଭାସିଯାଇଛି ।  ବର୍ଷା ପାଣିରେ ବୁଡି ରହିଛି ରାସ୍ତାଘାଟ, ଘରଦ୍ୱାର । ସହର ଭିତରେ ନଦୀର ଭ୍ରମ ସୃଷ୍ଟି ହୋଇଛି ।

ହଠାତ ମାଡି ଆସିଥିବା ଏଭଳି ଜଳପ୍ରଳୟରେ ଆତଙ୍କିତ ହୋଇପଡିଛନ୍ତି  ସ୍ଥାନୀୟବାସୀ । ଔରଙ୍ଗାବାଦ ସହର ସମ୍ପୂର୍ଣ୍ଣଭାବେ ଜଳାବର୍ଣ୍ଣ ହୋଇପଡିଛି । ସ୍ଥିତି ଏଭଳି ହୋଇଛି କି କିଛି ଲୋକ ଜଳବନ୍ଦୀ ହୋଇ ରହିଥିବାବେଳେ ଆଉ କିଛି ଭୟଭୀତ ହୋଇ ଘର ବାହାରକୁ ଚାଲି ଆସିଛନ୍ତି । କେନ୍ଦ୍ର ପାଣିପାଗ ବିଭାଗ ସୂଚନା ଅନୁସାରେ ଆଗାମୀ ୪୮ ଘଂଟା ଧରି ମହାରାଷ୍ଟ୍ରରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ସମ୍ଭାବନା ରହିଛି । ତେଣୁ ସହର ପାଇଁ ଅଂରେଜ ଆର୍ଲଟ ଜାରି କରାଯାଇଛି । ବିଗତ ଗୋଟେ ସପ୍ତାହ ହେବ ମହାରାଷ୍ଟ୍ରରେ ଲଗାଣବର୍ଷା ଜାରି ରହିଛି । ୬ ଜିଲ୍ଲାରୁ ୧୩ଜଣଙ୍କ ଜୀବନ ନେଲାଣି ଲଗାଣବର୍ଷା ।