ଡାକ୍ତରାଣୀଙ୍କ ଅନନ୍ୟ ଦାନ: ସମ୍ବଲପୁର ମହିଳା ମହାବିଦ୍ୟାଳୟକୁ ନିଜ ଘର ଦାନ କରିଦେଲେ ନାରାୟଣୀ ପଣ୍ଡା

292

କନକ ବ୍ୟୁରୋ: ଡାକ୍ତରାଣୀଙ୍କ ଅନନ୍ୟ ଦାନ । ସମ୍ବଲପୁର ସହର ଜଣାଶୁଣା ଡାକ୍ତର ତଥା ସମାଜସେବୀ ଭାବରେ ପରିଚିତ ଡାକ୍ତର ନାରାୟଣୀ ପଣ୍ଡା । ଏବେ ପୁଣି ଥରେ ଦାନ ଦେଇ ଚର୍ଚ୍ଚାରେ ରହିଛନ୍ତି । ନିଜ ବାସଗୃହକୁ ସରକାରୀ ମହିଳା ମହାବିଦ୍ୟାଳୟକୁ ଦାନ କରିଦେଇଛନ୍ତି ନାରାୟଣୀ ପଣ୍ଡା । ଏବେ ତାଙ୍କ ଗୃହ ଉପର ମହଲା ଛାତ୍ରୀ ନିବାସ ଭାବରେ ବ୍ୟବହାର କରାଯିବ । ତାଙ୍କ ଅନ୍ତେ ପୁରା ଘରକୁ ଛାତ୍ରୀମାନେ ବ୍ୟବହାର କରିବେ ବୋଲି ଡାକ୍ତର ପଣ୍ଡା କହିଛନ୍ତି । ପୂର୍ବରୁ ନିଜେ ପାଠ ପଢ଼ିଥିବା ଜିଏମ ବିଶ୍ୱବିଦ୍ୟାଳୟ ସମେତ ବହୁ ଶିକ୍ଷାନୁଷ୍ଠାନକୁ ଲକ୍ଷ ଲକ୍ଷ ଟଙ୍କା ଅନେକ ଥର ଦାନ ଦେଇ ସାରିଛନ୍ତି ଡାକ୍ତର ନାରାୟଣୀ । ଆଉ ଏବେ ନିଜ ଘର ଦାନ କରି ଚର୍ଚ୍ଚାରେ ରହିଛନ୍ତି ।