ଦୁଇ ଚକିଆ ସେଗମେଂଟକୁ ଆସିଲା ନାରାୟଣୀ ମୋଟର୍ସ । ନାରାୟଣୀ ସୁଜୁକି ଜରିଆରେ ଗ୍ରାହକଙ୍କ ନିକଟରେ ପହଁଚିବାକୁ ଲକ୍ଷ୍ୟ ।

ସୁଜୁକି ମୋଟରସାଇକେଲ ସହ ନୂଆ ଭେଂଚ୍ୟୁର ଜରିଆରେ ଦୁଇ ଚକିଆ ସେଗମେଂଟକୁ ଆସିଛି ନାରାୟଣୀ ସୁଜୁକି ।

162

ନାରାୟଣୀ ମୋଟର୍ସର ସଫଳତା ତାଲିକାରେ ଯୋଡି ହୋଇଛି ଆଉ ଏକ ଫର୍ଦ୍ଦ । ପୂର୍ବରୁ ଭୁବନେଶ୍ୱର ବଜାରରେ ନିଜର ଶୋ ରୁମ ଜରିଆରେ ଗ୍ରାହକଙ୍କ ବିଶ୍ୱାସ ଜିତିଥିବା ନାରାୟଣୀ ମୋଟର୍ସ ଏବେ ନୂଆ ସେଗମେଂଟରେ ପ୍ରବେଶ କରିଛି । ଚାରିଚକିଆ ସେଗମେଂଟ ପରେ ନାରାୟଣୀ ମୋଟର୍ସର ନୂଆ ଭାବେ ଦୁଇ ଚକିଆ ସେଗମେଂଟରେ ପ୍ରବେଶ କରି ଗ୍ରାହକଙ୍କୁ ନୂଆ ଅଭିଜ୍ଞତା ଦେବାକୁ ପ୍ରୟାସ କରିବ ବୋଲି କହିଛି ।

ସୁଜୁକି ମୋଟରସାଇକେଲ ସହ ନୂଆ ଭେଂଚ୍ୟୁର ଜରିଆରେ ଦୁଇ ଚକିଆ ସେଗମେଂଟକୁ ଆସିଛି ନାରାୟଣୀ ସୁଜୁକି । ଗ୍ରାହକଙ୍କ ଗାଡି ଚଳାଇବାର ଅଭିଜ୍ଞତାକୁ ନୂଆ ଦିଗ ଦେବାକୁ ଆଶାବାଦୀ ରହିଛନ୍ତି ନାରାୟଣୀ ମୋଟର୍ସ କର୍ତ୍ତୃପକ୍ଷ । ସ୍କୁଟି ଏବଂ ବାଇକ ସେଗମେଂଟରେ କିଛି ନୂଆ ଭେଟି ଦେବାକୁ ମଧ୍ୟ ଆଶା ରଖିଛନ୍ତି ।

ଆଗରୁ କଟକ ରୋଡରେ ଥିବା ନାରାୟଣୀ ମୋଟର୍ସ ଜରିଆରେ ଚାରିଚକିଆ ସେଗମେଂଟରେ ଗ୍ରାହକଙ୍କ ବିଶ୍ୱାସ ଭାଜନ ହୋଇଥିଲା କଂପାନୀ ।