ନାରାୟଣୀ ମୋଟର୍ସର ସଫଳତା ତାଲିକାରେ ଯୋଡି ହୋଇଛି ଆଉ ଏକ ଫର୍ଦ୍ଦ । ପୂର୍ବରୁ ଭୁବନେଶ୍ୱର ବଜାରରେ ନିଜର ଶୋ ରୁମ ଜରିଆରେ ଗ୍ରାହକଙ୍କ ବିଶ୍ୱାସ ଜିତିଥିବା ନାରାୟଣୀ ମୋଟର୍ସ ଏବେ ନୂଆ ସେଗମେଂଟରେ ପ୍ରବେଶ କରିଛି । ଚାରିଚକିଆ ସେଗମେଂଟ ପରେ ନାରାୟଣୀ ମୋଟର୍ସର ନୂଆ ଭାବେ ଦୁଇ ଚକିଆ ସେଗମେଂଟରେ ପ୍ରବେଶ କରି ଗ୍ରାହକଙ୍କୁ ନୂଆ ଅଭିଜ୍ଞତା ଦେବାକୁ ପ୍ରୟାସ କରିବ ବୋଲି କହିଛି ।
ସୁଜୁକି ମୋଟରସାଇକେଲ ସହ ନୂଆ ଭେଂଚ୍ୟୁର ଜରିଆରେ ଦୁଇ ଚକିଆ ସେଗମେଂଟକୁ ଆସିଛି ନାରାୟଣୀ ସୁଜୁକି । ଗ୍ରାହକଙ୍କ ଗାଡି ଚଳାଇବାର ଅଭିଜ୍ଞତାକୁ ନୂଆ ଦିଗ ଦେବାକୁ ଆଶାବାଦୀ ରହିଛନ୍ତି ନାରାୟଣୀ ମୋଟର୍ସ କର୍ତ୍ତୃପକ୍ଷ । ସ୍କୁଟି ଏବଂ ବାଇକ ସେଗମେଂଟରେ କିଛି ନୂଆ ଭେଟି ଦେବାକୁ ମଧ୍ୟ ଆଶା ରଖିଛନ୍ତି ।
ଆଗରୁ କଟକ ରୋଡରେ ଥିବା ନାରାୟଣୀ ମୋଟର୍ସ ଜରିଆରେ ଚାରିଚକିଆ ସେଗମେଂଟରେ ଗ୍ରାହକଙ୍କ ବିଶ୍ୱାସ ଭାଜନ ହୋଇଥିଲା କଂପାନୀ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/09/WhatsApp-Image-2020-08-31-at-9.13.21-PM.jpeg)