ଅସହାୟ ବାପାମାଆଙ୍କୁ ସାହାଯ୍ୟ ପାଇଁ ପହଞ୍ଚିଲେ ଅସମୟର ଦେବଦୂତ । ଅର୍ଥ ଅଭାବରୁ ଚିକିତ୍ସା ପାଇଁ ଅପେକ୍ଷା କରିଥିଲା କୁନିପୁଅ ।

124

କନକ ବ୍ୟୁରୋ: କୁହାଯାଏ ସଠିକ ସମୟରେ ଗରିବର ଡାକ ଶୁଣନ୍ତି ଭଗବାନ । ଅସହାୟ ମଣିଷକୁ ସାହାଯ୍ୟ କରିବାକୁ ବିଭିନ୍ନ ରୂପରେ ପଠାନ୍ତି । ଆଉ ସଙ୍କଟ ସମୟରେ ଏହି ଦରିଦ୍ର ଦମ୍ପତ୍ତିଙ୍କ ପାଖକୁ ଦେବଦୂତ ସାଜି ପହଞ୍ଚିଛନ୍ତି ଜଣେ ସମାଜସେବୀ ଆଉ ଜଣେ ୨ୟ ଭଗବାନ । ହଁ, ଜୀବନ ସହ ସଂଘର୍ଷ କରୁଥିବା ଶିଶୁ ପୁତ୍ରର ଚିକିତ୍ସା ପାଇଁ ସହାୟତାରେ ହାତ ବଢ଼ାଇଛି ନାରାୟଣୀ ଚାରିଟେବୁଳ ଟ୍ରଷ୍ଟ । ଦୀର୍ଘ ଦିନ ଧରି ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଏନଆଇସିୟୁରେ ଚିକିତ୍ସିତ ହେଉଥିବା ଶିଶୁପୁତ୍ରକୁ ସହାୟତା କରିଛନ୍ତି ।

ଜନ୍ମ ପରଠୁ ଶିଶୁର ସ୍ୱାସ୍ଥ୍ୟ ଖରାପ ଥିବାରୁ ତାକୁ ଏନଆଇସିୟୁରେ ଭର୍ତ୍ତି କରାଯାଇଥିଲା । ମାତ୍ର ଅର୍ଥ ଅଭାବରୁ ଡିସଚାର୍ଜ କରିବାକୁ ସକ୍ଷମ ନଥିଲେ ବାପାମାଆ । ଆଉ ଏହି ଖବର କନକ ନ୍ୟୁଜରେ ପ୍ରସାରଣ ପରେ ଶିଶୁ ପୁତ୍ରର ଚିକିତ୍ସା ପାଇଁ ସାହାଯ୍ୟର ହାତ ବଢ଼ାଉଛନ୍ତି ନାରାୟଣୀ ଚାରିଟେବୁଲ ଟ୍ରଷ୍ଟର ସଦାଶିବ ପରିଡ଼ା ଏବଂ ଯୁବ ଡାକ୍ତର ଆଶିଷ ମଲ ।
ତେବେ ପୁରୀ ମେଡିକାଲରେ ଶିଶୁପୁତ୍ରକୁ ଜନ୍ମଦେବା ପରେ ତାର ସ୍ୱାସ୍ଥ୍ୟାବସ୍ଥା ଖରାପ ରହିଲା ।

ପରେ ଶିଶୁକୁ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲର ଏନଆଇସିୟୁରେ ଭର୍ତି କରାଯାଇଥିଲା । ମାସେ ଚିକିତ୍ସା ପରେ ଅଭାବୀ ପରିବାର ପାଖରେ ଚିକିତ୍ସା ପାଇଁ ସମ୍ବଳ ନଥିଲା । ପିଲାଟିର ବାପା ଶ୍ରୀମନ୍ଦିରର ପରିବା କଟାକଟି କରି ଗୁଜୁରାଣ ମେଣ୍ଟାଉଥିବା ବେଳେ ସହାୟତା ପାଇଁ ସୋସିଆଲ ମିଡିଆରେ ସହାୟତା ଲୋଡିିଥିଲେ ମାଆ ମାଧୁରୀ ଶତପଥୀ । ଆଉ ମାଧୁରୀଙ୍କ ନିବେଦନ ଶୁଣି ସାହାଯ୍ୟ କରିବାକୁ ଆଗେଇ ଆସିଥିଲେ ସ୍ୱେଛାସେବୀ ମୀରା ପରିଡା । ଆଉ ଏବେ ବାକି ପଇସା ଦେଇ ଏନଆଇସିୟୁରୁ ଡିସଚାର୍ଜ କରିବାକୁ ସବୁ ପ୍ରକ୍ରିୟା ଶେଷ କରିଛି ନାରାୟଣୀ ଚାରିଟେବୁଲ ଟ୍ରଷ୍ଟ । ଖୁବଶୀଘ୍ର କୁନି ପୁଅ ଭଲ ହୋଇ ଘରକୁ ଫେରିବ ବୋଲି ଆଶା ବାନ୍ଧିଛନ୍ତି ବାପାମାଆ ।