ପ୍ରତିଦ୍ୱନ୍ଦୀଙ୍କୁ ସମ୍ମାନ : ରତନ ଟାଟାଙ୍କ ପାଦ ଛୁଇଁଲେ ନାରାୟଣ ମୂର୍ତ୍ତି , ସୋସିଆଲ ମିଡିଆରେ ଭାଇରାଲ ହେଲା ଭିଡିଓ ,ଦେଖନ୍ତୁ ଭିଡିଓ

ପ୍ରତିଦ୍ୱନ୍ଦୀଙ୍କୁ ସମ୍ମାନ : ରତନ ଟାଟାଙ୍କ ପାଦ ଛୁଇଁଲେ ନାରାୟଣ ମୂର୍ତ୍ତି , ସୋସିଆଲ ମିଡିଆରେ ଭାଇରାଲ ହେଲା ଭିଡିଓ ,ଦେଖନ୍ତୁ ଭିଡିଓ

ବ୍ୟବସାୟୀ କ୍ଷେତ୍ରରେ ଦୁହେଁ ପରସ୍ପର ପ୍ରତିଦ୍ୱନ୍ଦୀ । ତାହା କିନ୍ତୁ ସେମାନଙ୍କ ଭିତରେ ପରସ୍ପର ପ୍ରତି ରହିିଥିବା ସମ୍ମାନବୋଧକୁ ପ୍ରଭାବିତ କରିପାରିନାହିଁ । ଭାରତୀୟ ବ୍ୟବସାୟୀ ଜଗତର ଏହି ଦୁଇ ମହାନ ଉଦ୍ୟୋଗୀ ହେଉଛନ୍ତି ଟାଟା ଗ୍ରୁପର ମୁଖ୍ୟ ରତନ ଟାଟା ଓ ଇନଫୋସିସର ସହ ପ୍ରତିଷ୍ଠାତା ଏନ ଆର ନାରାୟଣ ମୂର୍ତି । ପ୍ରତିଦ୍ୱନ୍ଦୀ ହେଲେ ମଧ୍ୟ ଦୁହିଁଙ୍କ ମଧ୍ୟରେ ସମ୍ମାନ ଏବଂ ସ୍ନେହ ଏଯାବତ୍ ରହିଛି । ଯାହାର ପ୍ରମାଣ ଏବେ ସୋସିଆଲ୍ ମିଡିଆରେ ଦେଖିବାକୁ ମିଳୁଛି ।

ମୁମ୍ବାଇଠାରେ ଆୟୋଜନ କରାଯାଇଥିବା ଏକ କାର୍ଯ୍ୟକ୍ରମର ମଞ୍ଚରେ ରତନ ଟାଟାଙ୍କ ପାଦ ଛୁଇଁ ପ୍ରଣାମ କରିଛନ୍ତି ନାରାୟଣ ମୂର୍ତି । ବର୍ତ୍ତମାନ ଟ୍ୱିଟରରେ ଏହି ଫଟୋ ଭାଇରାଲ ହେବାରେ ଲାଗିଛି । ଭାରତୀୟ ସଂସ୍କୃତିର ଏହା ଏକ ବଳିଷ୍ଠ ଉଦାହରଣ ବୋଲି କିଛି ଟୁଇଟର ବ୍ୟବହାରକାରୀ ଲେଖିଛନ୍ତି । ନାରାୟଣ ମୂର୍ତିଙ୍କୁ ସେମାନେ ପ୍ରଶଂସାରେ ପୋତି ପକାଇଛନ୍ତି । ରତନ ଟାଟା ନିଜ ଇନଷ୍ଟାଗ୍ରାମରେ ମଧ୍ୟ ଏହାର ଏକ ଭିଡିଓ ଅପଲୋଡ କରିଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe