ମଶାଣି ସାଜିଛି ଘର, ଦି ମୁଠା ଖାଇବାକୁ ଦିନରାତି ସଂଘର୍ଷ । ଇଏ ନାରାୟଣଙ୍କ କାହାଣୀ ।

101

କନକ ବ୍ୟୁରୋ : ନା ଅଛି ଘର ନା ଅଛି ଠିକଣା । ଦିନ ରାତି ବିତୁଛି ମଶାଣିରେ । ନାରାୟଣଙ୍କ ପରିଚୟ ଜଣେ ମଶାଣି ମଣିଷ । କଣାସ ବ୍ଲକ କାର୍ଯ୍ୟାଳୟଠାରୁ କିଛି ଦୂରରେ ଥିବା ମଶାଣିରେ ଯେମିତି ଜଗୁଆଳି ପାଲଟିଯାଇଛନ୍ତି ନାରାୟଣ । ପାଖରେ ଥିବା ଦୋକାନ ବଜାରରୁ କିଛି ମାଗିଯାଚି ପେଟ ପୋଷୁଥିବା ବେଳେ ମୁଣ୍ଡ ଗୁଂଜିବାକୁ ରହିଛି ମଶାଣିର ଭଙ୍ଗା କୁଡିଆ ।

ନିଜ ପରିବାରକୁ ହରାଇବା ପରେ ପରେ ରୋଗାଗ୍ରସ୍ତ ହୋଇ ବୁଲୁଛନ୍ତି ନାରାୟଣ । ବର୍ଷେ କି ଦୁଇ ବର୍ଷ ନୁହେଁ ପ୍ରାୟ ୨୦ ବର୍ଷ ହେଲା ମଶାଣିର ଭଙ୍ଗା କୁଡିଆରେ ବିତୁଛି ଜୀବନ । ପେଟକୁ ମୁଠାଏ ଭଲରେ ଖଇବାକୁ ମିଳେନି ନାରାୟଣଙ୍କୁ । କଷ୍ଟେ ମଷ୍ଟେ ଦୁଇ ମୁଠା ଖାଦ୍ୟ ଯୋଗାଡି ନିଅନ୍ତି , ଆଉ ମଶାଣିର ସେହି ଭଙ୍ଗା କୁଡିଆରେ ରୁହନ୍ତି । ବେସହାରା ଭାବେ ନାରାୟଣ ମଶାଣିରେ ରହୁଥିବା ବେଳେ ପ୍ରଶାସନ ପକ୍ଷରୁ ମଧ୍ୟ କୌଣସି ପ୍ରକାର ସାହାଯ୍ୟ ସହଯୋଗ ମିଳିନି । ତେବେ ଅସହାୟ ନାରାୟଣଙ୍କ ଖବର ପ୍ରସାରଣ ହେବା ପରେ ଘଟଣାସ୍ଥଳରେ ପହଂଚିଛନ୍ତି କଣାସ ବିଡ଼ିଓ । ଖୁବଶୀଘ୍ର ନାରାୟଣଙ୍କୁ ସାହାଯ୍ୟ ସହଯୋଗ କରିବାକୁ ଦେଇଛନ୍ତି ପ୍ରତିଶ୍ରୁତି ।