ବାପାଙ୍କ ପରେ ପୁଅକୁ ଆଜୀବନ କାରାଦଣ୍ଡ । ଦୁଷ୍କର୍ମ ମାମଲାରେ ଆଶାରାମଙ୍କ ପୁଅ ନାରାୟଣଙ୍କୁ ୧ ଲକ୍ଷ ଟଙ୍କା ଜୋରିମାନା ସହ ଆଜୀବନ ଜେଲ୍ ଦଣ୍ଡ ।

339

କନକ ବ୍ୟୁରୋ : ବାପାଙ୍କ ପରେ ପୁଅକୁ ଦଣ୍ଡ । ଦୁଷ୍କର୍ମକାରୀ ଆଶାରାମ ବାପୁଙ୍କ ପୁଅ ନାରାୟଣ ସାଇଙ୍କୁ ଆଜୀବନ ଜେଲ୍ । ଏକ ଦୁଷ୍କର୍ମ ମାମଲାରେ ନାରାୟଣ ସାଇଙ୍କୁ ଏହି ଦଣ୍ଡାଦେଶ ଶୁଣାଇଛନ୍ତି ସୁରତ କୋର୍ଟ । ଆଜୀବନ ଜେଲ ଦଣ୍ଡ ସହ ତାଙ୍କୁ ୧ ଲକ୍ଷ ଟଙ୍କାର ଜୋରିମାନା ମଧ୍ୟ ଦେବାକୁ ପଡିବ । ଗତ ଏପ୍ରିଲ ୨୬ ତାରିଖରେ ସୁରତରେ ରହୁିଥିବା ଦୁଇ ଭଉଣୀଙ୍କୁ ଦୁଷ୍କର୍ମ କରିବା ଅଭିଯୋଗରେ କୋର୍ଟ ଆଶାରାମଙ୍କ ପୁଅ ନାରାୟଣଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ । ଆଉ ଏହି ଘଟଣାର ପରବର୍ତ୍ତୀ ଶୁଣାଣି ପାଇଁ ଆଜିର ତାରିଖ ଅର୍ଥାତ ଏପ୍ରିଲ ୩୦ ତାରିଖ ଧାର୍ଯ୍ୟ କରିଥିଲେ ।

ଆଉ ଆଜି ଏହି ଘଟଣାର ଶୁଣାଣି କରି ନାରାୟଣ ସାଇଙ୍କୁ ଆଜୀବନ କାରାଦଣ୍ଡ ସହ ୧ ଲକ୍ଷ ଟଙ୍କାର ଜୋରିମାନା ଦଣ୍ଡ ଦେଇଛନ୍ତି ସୁରତ କୋର୍ଟ । ପୂର୍ବରୁ ଯୋଧପୁର କୋର୍ଟ ଦୁଷ୍କର୍ମ ମାମଲାରେ ଆତ୍ମଘୋଷିତ ଆଶାରାମ ବାପୁଙ୍କୁ ଆଜୀବନ ଜେଲ ଦଣ୍ଡ ଶୁଣାଇଥିଲେ । ଏବଂ ୨୦୧୩ରେ ଆଶାରାମଙ୍କ ପୁଅ ନାରାୟଣ ସାଇ ମଧ୍ୟ ଦୁଷ୍କର୍ମ ମାମଲାରେ ଗିରଫ ହୋଇଥିଲେ ।