ନୂଆ ଦଳ ଗଢିଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ନାରାୟଣ ରାଣେ ! ବିଜେପିରେ ମିଶିବା ନେଇ ଚର୍ଚ୍ଚା

Advertisment
ନୂଆ ଦଳ ଗଢିଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ନାରାୟଣ ରାଣେ ! ବିଜେପିରେ ମିଶିବା ନେଇ ଚର୍ଚ୍ଚା

image courtesy-http://news89.com

ନିକଟରେ କଂଗ୍ରେସରୁ ଇସ୍ତଫା ଦେଇଥିବା ମହାରାଷ୍ଟ୍ରର ବରିଷ୍ଠ ନେତା ନାରାୟଣ ରାଣେ ଆଜି ଏକ ନୂଆ ରାଜନୈତିକ ଦଳ ଗଠନ କରିଥିବା ଘୋଷଣା କରିଛନ୍ତି। ଏହି ଦଳର ନାମ ‘ମହାରାଷ୍ଟ୍ର ସ୍ୱାଭିମାନ ପକ୍ଷ’ ରଖାଯାଇଛି। କଂଗ୍ରେସ ଓ ଶିବସେନାକୁ ଆଜି କଡ଼ା ସମାଲୋଚନା କରିଥିବା ରାଣେ ବିଜେପି ପ୍ରତି ଅତ୍ୟନ୍ତ ନରମ ଆଭିମୁଖ୍ୟ ଦେଖାଇ ଥିବାରୁ ତାଙ୍କ ଦଳ ବିଜେପି ସହିତ ମେଣ୍ଟ କରିବ ଏବଂ ଖୁବଶୀଘ୍ର ଏହା ଏନଡିଏରେ ସାମିଲ ହେବ ବୋଲି କଳ୍ପନାଜଳ୍ପନା ଚାଲିଛି।

ବିମୁଦ୍ରାକରଣ ଓ ଜିଏସଟିକୁ ବିରୋଧ କରିଥିବାରୁ ଶିବସେନା ଉପରେ ଖୁବ ବର୍ଷିଛନ୍ତି ରାଣେ ।ଏହାସହ ମୋଦି ସରକାରଙ୍କ ବୁଲେଟ୍ ଟ୍ରେନ୍ ପ୍ରକଳ୍ପକୁ ପୂର୍ଣ୍ଣ ସମର୍ଥନ କରିଥିବା ବେଳେ ସରକାରଙ୍କ ବିଭିନ୍ନ ବିକାଶମୂଳକ କାର୍ୟ୍ୟକ୍ରମକୁ ପ୍ରଶଂସା କରିଛନ୍ତି। ଅନ୍ୟପକ୍ଷରେ ଶିବସେନାକୁ ସମାଲୋଚନା କରି ରାଣେ କହିଛନ୍ତି ଯେ ଏହି ଦଳ କ୍ଷମତାକୁ ଛାଡ଼ି ପାରିବ ନାହିଁ ଏବଂ ଲୋକଙ୍କ ଦ୍ୱାରା ବିତାଡ଼ିତ ନହେବା ପର୍ୟ୍ୟନ୍ତ ଏହା ବିଜେପି ସହ ମେଣ୍ଟ ସରକାରରେ ରହିବ ।

ସେନା ସୁପ୍ରିମୋ ଉଦ୍ଧବ ଠାକରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଲଗାତାର ସମାଲୋଚନା ଜାରି ରଖିଥିବାରୁ ଏହାକୁ ନାପସନ୍ଦ କରି ରାଣେ କହିଛନ୍ତି ଯେ ଏଭଳି ସମାଲୋଚନା କରିବାକୁ ଉଦ୍ଧବ କିଏ ? ପ୍ରଧାନମନ୍ତ୍ରୀଙ୍କୁ ଯୁକ୍ତିଯୁକ୍ତ କାରଣ ନଥାଇ ସମାଲୋଚନା କରିବା ଅଧିକାର ତାଙ୍କର ନାହିଁ ବୋଲି ସେ କହିଛନ୍ତି। ଶିବସେନା କେବଳ ବେପରୁଆ ବୟାନ ଦେବା ଜାଣେ ଏବଂ ଲୋକଙ୍କ ପାଇଁ ଏହି ଦଳର କିଛି ଦରଦ ନାହିଁ ବୋଲି ସେ କହିଛନ୍ତି।

ବିଏମସିରେ ୨୫ ବର୍ଷର ଶାସନରେ ଶିବସେନା ବ୍ୟାପକ ଦୁର୍ନୀତିରେ ଲିପ୍ତ ରହିଛି ଏବଂ ଏହାର ଦୋମୁହାଁ ଚରିତ୍ର ଲୋକେ ଜାଣି ସାରିଲେଣି ବୋଲି ସେ କହିଛନ୍ତି। ନାରାୟଣ ରାଣେ ଏହା ପୂର୍ବରୁ ୧୨ ବର୍ଷ ଧରି କଂଗ୍ରେସ ସହ ଜଡିତ ରହିଥିଲେ ଏବଂ ଶିବସେନା ତରଫରୁ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ମଧ୍ୟ ହୋଇଥିଲେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe