ନବନିଯୁକ୍ତ ସେନାମୁଖ୍ୟଙ୍କ ବିଷୟରେ କିଛି ରୋଚକ କଥା । ସେନାରେ ସାମିଲ ହେବାକୁ ଚାହୁଁନଥିଲେ ମନୋଜ ମୁକୁନ୍ଦ ନରବାଣେ, କିନ୍ତୁ ଏବେ ୧୩ ଲକ୍ଷ ସୈନିକଙ୍କର ସାଜିଛନ୍ତି ସେନାପତି ।

303

କନକ ବ୍ୟୁରୋ : ନବନିଯୁକ୍ତ ସେନାମୁଖ୍ୟଙ୍କୁ ନେଇ ଆସିଲା ରୋଚକ ଖବର । ସେନାରେ କ୍ୟାରିୟର କରିବାକୁ ଚାହୁଁନଥିଲେ ମନୋଜ ମୁକୁନ୍ଦ ନରବାଣେ । କିନ୍ତୁ ସମୟର ଖେଳ ବଡ ବିଚିତ୍ର । ଯିଏ ସେନାରେ ସାମିଲ ହେବାକୁ ଚାହୁଁନଥିଲେ ଏବେ ସେ ଦେଶର ୨୮ତମ ସ୍ଥଳସେନା ମୁଖ୍ୟ ଭାବେ କାର୍ଯ୍ୟଭାର ସମ୍ଭାଳିଛନ୍ତି । ଏହାପୂର୍ବରୁ ସେ ସ୍ଥଳସେନାର ଉପମୁଖ୍ୟ ଭାବେ କାର୍ଯ୍ୟ କରିଛନ୍ତି । ଏପରିକି ଭାରତୀୟ ସ୍ଥଳସେନାର ପୂର୍ବ ଟ୍ରୁପର ନେତୃତ୍ୱ ନେଇଛନ୍ତି ନରବାଣେ । ତାଙ୍କ ନେତୃତ୍ୱରେ ଚୀନକୁ ଲାଗି ରହିଥିବା ୪ହଜାର କିଲୋମିଟର ସୀମା ଉପରେ ନଜର ରଖିଥିଲା ସେନା ।

ଜାତୀୟ ଗଣମାଧ୍ୟକୁ ଦେଇଥିବା ସାକ୍ଷାତକାରରେ ନରବାଣେ କହିଛନ୍ତି, ସ୍କୁଲ କ୍ୟାରିୟରେ ମିଳିଥିବା ଶିକ୍ଷା ଯୋଗୁଁ ସେ ଜୀବନରେ ଆଗକୁ ବଢି ପାରିଛନ୍ତି । ସ୍କୁଲରେ ଶିକ୍ଷକ ମାନେ ଅନୁଶାସନ ଓ ସଚ୍ଚୋଟତାର ଯେଉଁ ପାଠ ପଢାଇଥିଲେ ତାହା ମୋତେ ଭଲ ମଣିଷ ଭାବେ ଗଢି ତୋଳିଛି । ତେଣୁ ଆଜି ମୁଁ ଯେଉଁ ଭୂମିକାରେ ରହିଛି ତାହା କେବଳ ସେମାନଙ୍କ ଶିକ୍ଷା ପାଇଁ ।

ଜେନେରାଲ ମନୋଜ ମୁକୁନ୍ଦ ନାରାୟଣ ସ୍କୁଲ କ୍ୟାରିୟରରେ ଜଣେ ମେଧାବୀ ଛାତ୍ର ଥିଲେ । କିନ୍ତୁ ଫିଲ୍ମ ଦେଖିବାକୁ ବେଶ ପସନ୍ଦ କରୁଥିଲେ । ଫିଲ୍ମ ଦେଖିବାକୁ ନାରବାଣେ ଏତେ ପାଗଳ ଥିଲେ ଯେ, ଦଶମ ବୋର୍ଡ ପରୀକ୍ଷା ପୂର୍ବଦିନ ମଧ୍ୟ ଫିଲ୍ମ ଦେଖିବାକୁ ହଲ ଯାଇଥିଲେ । ଯେଉଁ ନିଶା ଏବେ ପର୍ଯ୍ୟନ୍ତ ଜାରି ରହିଛି । ଏହାଛଡା ଏନଡିଏରେ ପଢିବା ସମୟର କଥା ମନେ ପକାଇ ନରବାଣେ କହିଛନ୍ତି, ବାପା ସବୁବେଳେ ମୋତେ ସେନାରେ ସାମିଲ ହେବାକୁ କହୁଥିଲେ । କିନ୍ତୁ ମା ବିଲକୁଲ ଏଭଳି ଚାହୁଁନଥିଲେ । ତେବେ ପରବର୍ତ୍ତୀ ସମୟରେ ସେନାରେ ସାମିଲ ହେବାକୁ ଚାହିଁବାରୁ ମା ମଧ୍ୟ ରାଜି ହୋଇଯାଇଥିଲେ ।

ମାତ୍ର ୧୫ ବର୍ଷ ବୟସରେ ଏନଡିଏରେ ନାଁ ଲେଖାଇଥିଲେ ନରବାଣେ । ଏନଡିଏର ଭୂମି ହେଉଛି ଲିଡରସିପର ଭୂମି । ଏଠାରୁ ଯେଉଁ ଯବାନ ପ୍ରଶିକ୍ଷଣ ପାଇଥାନ୍ତି ସେମାନଙ୍କୁ ପରବର୍ତ୍ତୀ ସମୟରେ ନେତୃତ୍ୱ ନେଉଥିବାର ଦେଖିବାକୁ ମିଳିଛି । ଏବେ ମଧ୍ୟ ୩ ସେନାର ସେନାପତି ସାଜିଛନ୍ତି ଏନଡିଏର ୫୬ତମ ବ୍ୟାଚର ୩ ଛାତ୍ର । ଯାହା ମୋ ପାଇଁ ଗର୍ବର ବିଷୟ ବୋଲି କହିଛନ୍ତି ନରବାଣେ ।