ଅଧା ରାସ୍ତାରେ ଅଚଳ ହୋଇଗଲା ପୁଲିସ୍ ଭ୍ୟାସ୍ । ଗାଡି ଷ୍ଟାର୍ଟ ନହେବାରୁ ଶେଷରେ ଅଭିଯୁକ୍ତକୁ ଚଲେଇ ଚଲେଇ ନେଲେ ଥାନା ଅଧିକାରୀ

ଅଧା ରାସ୍ତାରେ ଅଚଳ ହୋଇଗଲା ପୁଲିସ୍ ଭ୍ୟାସ୍ । ଗାଡି ଷ୍ଟାର୍ଟ ନହେବାରୁ ଶେଷରେ ଅଭିଯୁକ୍ତକୁ ଚଲେଇ ଚଲେଇ ନେଲେ ଥାନା ଅଧିକାରୀ

କନକ ବ୍ୟୁରୋ: ଗାଡି ଷ୍ଟାର୍ଟ ନ ହେବାରୁ ଅଭିଯୁକ୍ତକୁ ଚଲାଇ ଚଲାଇ ନେଲା ପୁଲିସ । ନରସିଂହପୁର ବ୍ଲକ କାନପୁର ଥାନା ଅଂଚଳ ହଟିଆପଲ୍ଲୀ ଗାଁର ଏହି ଘଟଣା ଏବେ ବେଶ ଆଲୋଚନାର ବିଷୟ ହୋଇଛି । ଘଟଣା ଅନୁସାରେ, ଗୁରୁବାର ବିଳମ୍ବିତ ରାତିରେ ଏକ ଚୋରି ଘଟଣାରେ ପୋଲିସ ୪ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା । ଜାମିନ ନାମଞ୍ଜୁର ହେବା ପରେ ସେମାନଙ୍କୁ ବିଚାରବିଭାଗୀୟ ଉପକାରାଗାରକୁ ପଠାଇଦିଆଯାଇଥିଲା । ଏହି ସମୟରେ ସବୁଠାରୁ ଚର୍ଚ୍ଚାର କଥା ହେଲା, ପୁଲିସ ଗାଡି ଆଦୌ ଷ୍ଟାର୍ଟ ନ ନହେବାରୁ ଅଭିଯୁକ୍ତଙ୍କୁ ପୋଲିସ ଚଲାଇ ଚଲାଇ ନେଇଥିଲା ।

publive-image

ରାସ୍ତାସାରା ଲୋକେ ସେମାନଙ୍କୁ ଚାହିଁ ଥଟ୍ଟା ପରିହାସ କରିଥିଲେ । ପୁଲିସ ଏହି ଘଟଣାରେ ଗିରଫ ଅଭିଯୁକଙ୍କୁ ନରସିଂହପୁର କୋର୍ଟକୁ ଆଣିଥିବା ସମୟରେ ପୁଲିସ ଗାଡି ଷ୍ଟାର୍ଟ ହୋଇନଥିଲା । ଫଳରେ ଅଭିଯୁକ୍ତକୁ ରାସ୍ତାରେ ଚଲାଇ ଚଲାଇ ମାଜିଷ୍ଟ୍ରେଟଙ୍କ ନିକଟରେ ହାଜର କରାଯାଇଥିଲା । ପୁଣି ସେଠାରୁ ଚଲାଇ ଚଲାଇ କୋର୍ଟ ଅଣାଯାଇଥିଲା । ଏହା ପରେ ବି ଗାଡି ଷ୍ଟାର୍ଟ ହୋଇନଥିଲା । ପୁଣି ଥରେ ଚଲାଇ ଚଲାଇ ନରସିଂହପୁର ଉପକାରଗାରକୁ ନିଆଯାଇଥିଲା । ଦୀର୍ଘ ଦୁଇ ଘଂଟା ପରେ ଗାଡିକୁ ଠେଲି ଠେଲି ଷ୍ଟାର୍ଟ କରାଯାଇଥିଲା ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe