ଗ୍ରହଣ ହେଲାନି ସ୍ୱାଧୀକାର ଭଙ୍ଗ ନୋଟିସ, ନରସିଂହ କହିଲେ ମୋ ପ୍ରତି ହେଉଛି ଅନ୍ୟାୟ । ସ୍ୱର ମିଳାଇଲେ ବିରୋଧୀ ଦଳ ନେତା ।
କନକ ବ୍ୟୁରୋ : କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ରଙ୍କ ଦ୍ଵାରା ଅଣାଯାଇଥିବା ସ୍ୱାଧିକାର ଭଙ୍ଗ ନୋଟିସ ମୁଭ ନ ହେବାକୁ ନେଇ ବିଧାନସଭା ସରଗରମ । ମୁଖ୍ୟମନ୍ତ୍ରୀଙ୍କ ବିରୁଦ୍ଧରେ ସ୍ୱାଧିକାର ଭଙ୍ଗ ନୋଟିସ ଅଣା ଯାଇଥିବାରୁ ତାକୁ ଗ୍ରହଣ କରା ଗଲାନି କି ବୋଲି ପ୍ରଶ୍ନ କଲେ ନରସିଂହ ?

Kanak News is now on WhatsApp
Join and get latest news updates delivered to you via WhatsApp
ଏହାସହ ନରସିଂହ କହିଛନ୍ତି, ପୂର୍ବରୁ ଯେବେ ସ୍ୱାଧିକାର ଭଙ୍ଗ ନୋଟିସ ମୁଁ ଯେଉଁ ଦିନ ଦେଇଛି ସେହି ଦିନ ଗ୍ରହଣ ହୋଇଛି କିନ୍ତୁ ଆଜି ବାଚସ୍ପତି କହୁଛନ୍ତି ସ୍ୱାଧିକାର ଭଙ୍ଗ ନୋଟିସ ପୂର୍ବ ଦିନ ଦିଆ ଯିବାର ନିୟମ ରହିଛି । ତା ପରେ ତାକୁ ଅନୁଧ୍ୟାନ କରି ଉପସ୍ଥାପିତ କରିବା ପାଇଁ କୁହାଯିବ । ଏହା ମୋ ପ୍ରତି ଅନ୍ୟାୟ ହେଉଛି । ନରସିଂହଙ୍କ ଏହି ଦାବିକୁ ସମର୍ଥନ କରିଥିଲେ ବିରୋଧୀ ଦଳ ନେତା । କାହିଁକି ନରସିଂହ ମିଶ୍ରଙ୍କୁ ସ୍ୱାଧିକାର ଭଙ୍ଗ ନୋଟିସ ମୁଭ କରିବାକୁ ଦିଆଯାଉନି ବୋଲି କହିଥିଲେ । ବିଧାନସଭାରେ ବିନା ଅନୁମତିରେ ମୁଖ୍ୟମନ୍ତ୍ରୀ ଲିଖିତ ବିବୃତି ପଢିଲେ ବୋଲି ପ୍ରଶ୍ନ କଲେ ନରସିଂହ । ଯାହାକୁ ନେଇ ମୁହାଁମୁହିଁ ହୋଇଥିଲେ ଉଭୟ ବିରୋଧୀ ଓ ଶାସକ ।
ଏସବୁ ଭିତରେ ସଂସଦୀୟ ବ୍ୟାପାର ମନ୍ତ୍ରୀ ନିରଞ୍ଜନ ପୂଜାରୀ କହିଛନ୍ତି, ଗୋଟିଏ ପଏଣ୍ଟ ସବୁବେଳେ ଉଠାଉଛନ୍ତି ଲିଖିତ ବିବୃତି କାହିଁକି ପଢୁଛନ୍ତି । ମନ୍ତ୍ରୀ ଗୋଟେ ଡ଼କ୍ୟୁମେଣ୍ଟ ପଢି ପାରିବ ସେ ନିୟମ ରହିଛି । ଲୋକସଭା ରେ ବି ଏହି ବ୍ୟବସ୍ଥା ରହିଛି ।