ପଶ୍ଚିମ ଓଡ଼ିଶାକୁ ଅବହେଳା କଥା ଉଠାଇଲେ ନରସିଂହ ମିଶ୍ର । କହିଲେ, ଗୁରୁତ୍ୱ ନେଦେଲେ ପୁଣି ତେଜିପାରେ ସ୍ୱତନ୍ତ୍ର କୋଶଳ ରାଜ୍ୟ ଦାବି ଆନ୍ଦୋଳନ ।
କନକ ବ୍ୟୁରୋ: କଳାକାର କଳି ଭିତରେ ପୁଣି କୋଶଲ ରାଜ୍ୟ କଥା ଦୋହରାଇଲେ କଂଗ୍ରେସ ବିଧାୟକ ନରସିଂହ ମିଶ୍ର । ଅଲଗା ରାଜ୍ୟ ପାଇଁ ସରକାର ଦାୟୀ ରହିବେ ବୋଲି କହିଛନ୍ତି ନରସିଂହ । ବଲାଙ୍ଗିର ଲୋଇସିଂହା ଷ୍ଟାଡିୟମରେ ଏକ ଫୁଟବଲ ମ୍ୟାଚର ଉଦଘାଟନ ଅବସରରେ ଏଭଳି କହିଛନ୍ତି କଂଗ୍ରେସ ବିଧାୟକ ।

Kanak News is now on WhatsApp
Join and get latest news updates delivered to you via WhatsApp
ନରସିଂହ କହିଛନ୍ତି ରାଜ୍ୟ ସରକାର ପଶ୍ଚିମ ଓଡ଼ିଶାକୁ ଅବହେଳା କରୁଛନ୍ତି, ଟଙ୍କା ମଞ୍ଜୁର ହୋଇଥିଲେ ବି ରିଲିଜ କରାଯାଉନାହିଁ । ଶିକ୍ଷା, ସ୍ୱାସ୍ଥ୍ୟ, ସିନେମା, କଳା, ନିଯୁକ୍ତି, ରୋଜଗାର ଆଦି କ୍ଷେତ୍ରରେ ଓଡ଼ିଶାକୁ ଅବହେଳା କରାଯାଉଥିବା ସେ ଅଭିଯୋଗ ଆଣିଛନ୍ତି । ଯଦି ସରକାର ପଶ୍ଚିମ ଓଡ଼ିଶାର ବିକାଶ ନକରନ୍ତି ତେବେ ରାଜ୍ୟ ଭାଗ ହୋଇ ଦୁଇଟା ରାଜ୍ୟ ହେବ । ଏଥିପାଇଁ ସରକାର ଦାୟୀ ରହିବେ । ଛତିଶଗଡର ଉଦାହରଣ ଦେଇ ନରସିଂହ କହିଛନ୍ତି, ମଧ୍ୟପ୍ରଦେଶ ଯେତେବେଳେ ବିଭାଜିତ ହୋଈନଥିଲା, ସେତେବେଳେ ରାଇପୁରରେ ହାଇକୋର୍ଟର ସ୍ଥାୟୀ ବେଂଚ ଗଠନ ପାଇଁ ଦାବି ହେଉଥିଲା । କିନ୍ତୁୁ ମଧ୍ୟପ୍ରଦେଶ ସରକାର ଏହାକୁ ଅଣଦେଖା କରିବାକୁ ଛତିଶଗଡ଼ ବିଭାଜନ ହୋଇଥିଲା । ପଶ୍ଚିମ ଓଡ଼ିଶାର ଦାବିକୁ ଅଣଦେଖା କଲେ ଓଡ଼ିଶା ଦୁଇଭାଗ ହୋଇଯିବ ବୋଲି କହିଛନ୍ତି ନରସିଂହ ।