କନକ ବ୍ୟୁରୋ : ଶୂନ୍ୟକାଳରେ ସରକାରଙ୍କୁ ଟାର୍ଗେଟ କରିଛନ୍ତି କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର । ବିଭିନ୍ନ ପ୍ରସଙ୍ଗରେ ସରକାରଙ୍କୁ ଘେରିଛନ୍ତି ନରସିଂହ । ପଦ୍ମପୁରକୁ ଜିଲ୍ଲା କରିବା ପ୍ରସଙ୍ଗ ଗୃହରେ ଉଠାଇବା ସହ ନରସିଂହ ମିଶ୍ର କହିଛନ୍ତି, ଜିଲ୍ଲା ଗଠନ ପାଇଁ କ୍ୟାବିନେଟ ସବ କମିଟି ବସିବା କଥା, ହେଲେ ଆଜି ଆଜି ପର୍ଯ୍ୟନ୍ତ ହେଲା ନାହିଁ । ପଦ୍ମପୁର ଜିଲ୍ଲା ଗଠନ ପାଇଁ ପଦ୍ମପୁର ଉପନିର୍ବାଚନ ବେଳେ ମୁଖ୍ୟମନ୍ତ୍ରୀ ମନ୍ତ୍ରୀ ପ୍ରତିଶ୍ରୁତି ଦେଇଥିଲେ । କିନ୍ତୁ ଏଯାଏଁ କୌଣସି ପ୍ରକ୍ରିୟା ମଧ୍ୟ ଆରମ୍ଭ ହୋଇନାହିଁ । ଏଭଳି କରି ପଦ୍ମପୁରବାସୀଙ୍କ ପ୍ରତି ଅନ୍ୟାୟ କରିଛନ୍ତି ମୁଖ୍ୟମନ୍ତ୍ରୀ ।

ସେହିଭଳି ଗୃହରେ ଅଗ୍ରିଆ କମ୍ୟୁନିଟି ପ୍ରସଙ୍ଗ ଉଠାଇ ନରସିଂହ କହିଛନ୍ତି, ଝାରସୁଗୁଡା ଉପ ନିର୍ବାଚନ ସମୟରେ ଭୁବନେଶ୍ୱରରେ ଏକ ଅଫିସ ନିର୍ମାଣ ପାଇଁ, ମୁଖ୍ୟମନ୍ତ୍ରୀ ଏକ ପ୍ରତିଶୃତି ଦେଇଥିଲେ । ହେଲେ ଆଜି ପର୍ୟ୍ୟନ୍ତ ସେମାନଙ୍କୁ ଜମି ଦେଇନାହାନ୍ତି ମୁଖ୍ୟମନ୍ତ୍ରୀ । ଯାହାକୁ ନେଇ ଅଗ୍ରିଆ କମ୍ୟୁନିଟି ଏକ ଲିଖିତ ଅଭିଯୋଗ ଦେଇଥିବା ଗୃହରେ ପ୍ରକାଶ କରିଛନ୍ତି ନରସିଂହ । ଏହାସହ ଝାରସୁଗୁଡା ଉପ-ନିର୍ବାଚନ ସମୟର ପ୍ରତିଶ୍ରୁତି କୁଆଡେ ଗଲା ବୋଲି ପ୍ରଶ୍ନ କରିଛନ୍ତି ନରସିଂହ ।

ଏସବୁ ବାଦ୍ ପୁରୀ ଜଗନ୍ନାଥ ମନ୍ଦିରର ୪ ଦ୍ୱାର ଖୋଲିବା ପ୍ରସଙ୍ଗ ଉଠାଇ ନରସିଂହ କହିଛନ୍ତି, ଜନ ଅସନ୍ତୋଷ ବଢିଲାଣି । ଏହାକୁ ନେଇ କଂଗ୍ରେସ ପୂର୍ବରୁ ମଧ୍ୟ ଏକ ବିରାଟ ଜନ ଆନ୍ଦୋଳନ କରିଥିଲା । ଯେଉଁ ଦ୍ୱାରରେ କାମ ହେଉନାହିଁ, ସେ ଦ୍ୱାର ଖୋଳାଯାଉ ବୋଲି କହିଛନ୍ତି ନରସିଂହ ।