କନକ ବ୍ୟୁରୋ : ପଦ୍ମପୁର ପ୍ରଚାର ପାଇଁ ଆସିଥିବା ଦୁଇ କେନ୍ଦ୍ର ମନ୍ତ୍ରୀଙ୍କ ମନ୍ତବ୍ୟ ପ୍ରସଙ୍ଗକୁ ବିଧାନସଭାରେ ଉଠାଇଲେ ନରସିଂହ ମିଶ୍ର  । ଜଣେ କେନ୍ଦ୍ର ମନ୍ତ୍ରୀ ସାଧାରଣ ସଭାରେ ଗତକାଲି କହିଛନ୍ତି ଫସଲବୀମା ଟଙ୍କା କେନ୍ଦ୍ର ଦେଇ ଦେଇଛି କିନ୍ତୁ ରାଜ୍ୟ ସରକାର ତାକୁ ଦେଉ ନାହାନ୍ତି ଏହା  ସମ୍ପୂର୍ଣ୍ଣ ଅସତ୍ୟ, ଏହାଠାରୁ ଦୁର୍ଭାଗ୍ୟ ଜନକ କଥା କିଛି ନାହିଁ । ୟ

Advertisment

ଏପରିକି ରେଳ ଚଳାଚଳ କଥା ଯେଉଁ କୁହାଗଲା ତାହା ହାସ୍ୟାସ୍ପଦ । ଜମି ଦେବା ପାଇଁ ଚିଠି ଲେଖିଛନ୍ତି କି ନାହିଁ ମନ୍ତ୍ରୀ ତାହା ଆଗ ସ୍ପଷ୍ଟ କରନ୍ତୁ । ବିଜେଡିର ବରିଷ୍ଠ ନେତା କହିଛନ୍ତି, ଆମକୁ କେନ୍ଦ୍ର କୌଣସି ଚିଠି ଦେଇ ନାହିଁ । ତେଣୁ ପଦ୍ମପୁର ରେଳ ପ୍ରକଳ୍ପ ପାଇଁ ଜମି ପ୍ରସଙ୍ଗରେ କିଏ ଠିକ କହୁଛି ବୋଲି ପ୍ରଶ୍ନ କରିଛନ୍ତି ନରସିଂହ ।

ଜଣେ ନେତାଙ୍କ ମାମୁଁ ଘର ସେହି ଅଞ୍ଚଳରେ ସେ ସାଧାରଣ ସଭାରେ କହିଛନ୍ତି କୁଆଡେ ମୁଖ୍ୟମନ୍ତ୍ରୀ ୨୨ ବର୍ଷ ତଳେ ୩୩ ପ୍ରତିଶତ ଜଳ ସେଚନ କରିବାକୁ କହିଥିଲେ ।  ତେବେ ମେଣ୍ଟ ସରକାରରେ ବି ସେମାନେ ଥିଲେ ଯଦି ଜଳସେଚନ ହୋଇନି ତେବେ ସେମାନେ ବି ସମ ପରିମାଣରେ ଦାୟୀ ବୋଲି ନରସିଂହ କହିଛନ୍ତି ।

ସେହିପରି ବିଜେପିର ଜଣେ ନେତା ଅଶାଳୀନ ମନ୍ତବ୍ୟ ଦେବାକୁ ପଛାଇ ନାହାନ୍ତି । ଏହା ସହ ପଦ୍ମପୁର ଉପନିର୍ବାଚନ ବେଳେ ହେଉଥିବା ରାଜନୈତିକ ହିଂସା ପ୍ରସଙ୍ଗ ଉଠାଇ ସ୍ୱଚ୍ଛ ଓ ଅବାଧ ନିର୍ବାଚନ ସହ ଆଇନଶୃଙ୍ଖଳା ପରିସ୍ଥିତିକୁ ନିୟନ୍ତ୍ରଣ କରିବାକୁ ଦାବି କରିଛନ୍ତି ନରସିଂହ ।