ରାଜନୀତିରୁ ସନ୍ନ୍ୟାସ ନେବେ ନରସିଂହ ! ଆଗାମୀ ନିର୍ବାଚନ ଲଢିବେନି ବୋଲି ସ୍ପଷ୍ଟ କଲେ

91

କନକ ବ୍ୟୁରୋ : ଜନପ୍ରତିନିଧିଙ୍କ ଦାୟିତ୍ୱ ଜନସେବା । କିନ୍ତୁ ବୟସ ବଢିବା ସହ ଏହି ଦାୟିତ୍ୱ ନିର୍ବାହ କରିବା ସହଜ ନୁହେଁ ବୋଲି କହିଛନ୍ତି ବିରୋଧୀ ଦଳ ନେତା ନରସିଂହ ମିଶ୍ର । ସମ୍ବାଦ ଓ କନକ ନ୍ୟୁଜ୍ ପ୍ରତିଷ୍ଠା ଦିବସ ଅବସରରେ ଆୟୋଜିତ ବିତର୍କରେ ଭାଗନେଇ ସେ ଏଭଳି କହିଛନ୍ତି । ତା ସହିତ ୭୦ବର୍ଷ ପରେ ରାଜନୀତିରେ ରହିବା ଠିକ୍ ନୁହେଁ ବୋଲି ସେ ମତ ରଖିଛନ୍ତି ।

narasingh mishraତାଙ୍କ କହିବା ଅନୁଯାୟୀ, ଏବେ ସେ ୭୭ ବର୍ଷରେ ପାଦ ଦେଇଛନ୍ତି । ଅଗାମୀ ସାଧାରଣ ନିର୍ବାଚନରେ ତାଙ୍କ ବୟସ ୭୯ ହୋଇଥିବ । ତେଣୁ ୮୦ ବର୍ଷ ବୟସରେ ଜନସେବା କରିବା ଅସମ୍ଭବ । ତେଣୁ ଆଗାମୀ ନିର୍ବାଚନ ସେ ଆଉ ଲଢିବେ ନାହିଁ ବୋଲି ସ୍ପଷ୍ଟ ଭାବରେ କହିଛନ୍ତି । ଏହାସହ ସେ କହିଛନ୍ତି, ଯଦି ଜଣେ ଜନପ୍ରତିନିଧି ଭାବେ ନିର୍ବାଚିତ ହେଉଛି ତେବେ ତାଙ୍କର ପ୍ରଥମ କର୍ତ୍ତବ୍ୟ ହେଉଛି ଜନସେବା । ଏହି ବୟସରେ ଜନସେବା କରିବା ତାଙ୍କ ପକ୍ଷରେ ଆଉ ସମ୍ଭବ ହେଉନାହିଁ । ତେଣୁ ସେ ରାଜନୀତିରୁ ସନ୍ନ୍ୟାସ ନେବା କଥା ଚିନ୍ତା କରୁଛନ୍ତି ।

ଓଡିଶା କଂଗ୍ରେସର ଭୀଷ୍ମ ପିତାମହ କହିଲେ ନରସିଂହ ମିଶ୍ରଙ୍କୁ ବୁଝାଏ । ବଲାଙ୍ଗୀରର ଜଣେ ଟାଣୁଆ ନେତା ଭାବେ ସେ ନିଜକୁ ପ୍ରତିଷ୍ଠିତ କରି ପାରିଛନ୍ତି । ୭୦ ବର୍ଷ ବୟସରେ ମଧ୍ୟ ନିର୍ବାଚନ ଲଢି ବିଜେଡିର ଟାଣୁଆ ନେତା ଅନଙ୍ଗ ଉଦୟ ସିଂହଦେଓଙ୍କୁ ପରାଜୟର ସ୍ୱାଦ ଚଖାଇଥିଲେ ନରସିଂହ । ପେଶାରେ ଓକିଲ ଥିବା ନରସିଂହ ୧୯୯୦ ମସିହାରେ ପ୍ରଥମଥର ପାଇଁ ବିଧାନସଭାକୁ ଆସିଥିଲେ ।ବୟସ ବଢିବା ପରେ ମଧ୍ୟ ତାଙ୍କର ଲୋକପ୍ରିୟତା ଏବେ ମଧ୍ୟ ପୂର୍ବଭଳି ରହିଛି ।