କନକ ବ୍ୟୁରୋ: ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ଭେଟିଲେ ବରିଷ୍ଠ କଂଗ୍ରେସ ନେତା ନରସିଂହ ମିଶ୍ର । ରାଜ୍ୟ ଅତିଥି ଭବନକୁ ଆସି ସେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଛନ୍ତି । ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲା ପରେ ନରସିଂହ କହିଛନ୍ତି, ଏହା ଗୋଟିଏ ସୌଜନ୍ୟମୂଳକ ସାକ୍ଷାତ ଥିଲା । କୌଣସି ରାଜନୈତିକ ଆଲୋଚନା ହେଇନି । ତେବେ ସାମୁହିକ ସମସ୍ୟା ନେଇ ଭେଟିବାକୁ ଆସିଲେ, ମୁଁ ଅନ୍ୟମାନଙ୍କୁ ନେଇ ଆସିବି ବୋଲି କହିଛନ୍ତି ନରସିଂହ ମିଶ୍ର ।
ସେ ଆହୁରି ମଧ୍ୟ କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀ ସମସ୍ତଙ୍କୁ ସାକ୍ଷାତ କରିବାକୁ ଚାହିଁଲେ କରିପାରିବେ ନାହିଁ । ଏବେ ନୂଆ ନୂଆ କରୁଛନ୍ତି, ପରେ କିନ୍ତୁ କାମ ଭିଡ ପଡିଲେ ସମୟ ମିଳିବ ନାହିଁ । ଏଥିସହ ମୁଖ୍ୟମନ୍ତ୍ରୀ ଜନସାଧାରଣଙ୍କୁ ଭେଟି ଲୋକଙ୍କ ଅଭିଯୋଗ ଶୁଣାଣି କରିବା କଥା ବୋଲି ସେ କହିଛନ୍ତି । ଅନ୍ୟପଟେ କେନ୍ଦୁଝରରେ ମୁଖ୍ୟମନ୍ତ୍ରୀ ଯାହା କହିଛନ୍ତି, ତାହା ମୋହନ ଚରଣ ମାଝୀ ଭାବେ କହିନାହାଁନ୍ତି, ବରଂ ମୁଖ୍ୟମନ୍ତ୍ରୀ ଭାବେ କହିଛନ୍ତି । ରାଝୟରେ ଖଣି ଦୁର୍ନୀତି ଭରପୁର ବୋଲି ସମସ୍ତେ ଅନୁଭବ କରୁଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ତୁଣ୍ଡରୁ ବର୍ତ୍ତମାନ ତାହା ବାହାରିଛି । ମୁଖ୍ୟମନ୍ତ୍ରୀ ଯଦି ଆକ୍ସନ ନ ନିଅନ୍ତି, ତେବେ ଲୋକ ଏହାର ଜବାବ ଦେବେ । ମୁଖ୍ୟମନ୍ତ୍ରୀ ଖଣି ଦୁର୍ନୀତିର ସିବିଆଇ ତଦନ୍ତ କରିବାକୁ ଦାବି କରିଛନ୍ତି ନରସିଂହ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/05/31/2025-05-31t055911608z-1001121283.png)
/kanak/media/post_attachments/wp-content/uploads/2024/06/vlcsnap-2024-06-25-14h28m57s201.png)