କନକ ବ୍ୟୁରୋ : କ୍ଷୀରକୁ ନେଇ ରାଜନୀତି । ରାଜନୀତି ମଇଦାନରେ ଜାତୀୟ ବ୍ରାଣ୍ଡ ଅମୁଲ ମିଲ୍କ ଓ ଘରୋଇ ବ୍ରାଣ୍ଡ ନନ୍ଦୀନୀ କ୍ଷୀର । କର୍ଣ୍ଣାଟକ ନିର୍ବାଚନକୁ ଆଉ ଅଳ୍ପ କିଛି ଦିନ ବାକି ଥିବା ବେଳେ କ୍ଷୀରକୁ ନେଇ ରାଜନୀତି ଜୋର ଧରିଛି । ଅମୁଲ ସମର୍ଥନରେ ବିଜେପି ବାହାରିଥିବା ବେଳେ ନନ୍ଦୀନୀ ସପକ୍ଷରେ ବାହାରିଛନ୍ତିି କଂଗ୍ରେସ ଓ ଜେଡିଏସ୍ । ଅମୁଲ ମିଲ୍କ ଓ ନନ୍ଦିନୀ କ୍ଷୀରକୁ ନେଇ କଂଗ୍ରେସ ଓ ବିଜେପି ମଧ୍ୟରେ ବୟାନବାଜି ଜୋରଦାର ହୋଇଛି । ସୂଚନା ମୁତାବକ, ୫ ଏପ୍ରିଲରେ ବେଙ୍ଗାଲୁରୁରେ ବିକ୍ରୀ ଆରମ୍ଭ ପାଇଁ ଘୋଷଣା କରି ଟ୍ୱିଟ କରିଥିଲା ଅମୁଲ । ଅମୁଲର ଏହି ଟ୍ୱିଟ ପରେ ରାଜନୀତି ଆରମ୍ଭ ହୋଇଯାଇଥିଲା । ଅମୁଲ କମ୍ପାନୀର ଘୋଷଣା ପରେ କଂଗ୍ରେସ ଅଭିଯୋଗ କରିଥିଲା, ବିଜେପି ରାଜ୍ୟର ନନ୍ଦିନୀ କ୍ଷୀର ବ୍ରାଣ୍ଡକୁ ନଷ୍ଟ କରିବାକୁ ଚାହୁଁଛି । ତାପରେ କର୍ଣ୍ଣାଟକର ଲୋକେ ଆନ୍ଦୋଳନ ପାଇଁ ରାଜରାସ୍ତାକୁ ଓହ୍ଲାଇ ପ୍ରତିବାଦ କରିଥିଲେ ।

Advertisment

ବିବାଦ ବଢିବାରୁ ଅମୁଲ କର୍ଣ୍ଣାଟକରେ ବଜାର ପ୍ରବେଶ ନିର୍ବାଚନ ଫଳାଳ ପରେ କରିବ ବୋଲି କୁହାଯାଉଛି । ଅମୁଲ ବ୍ରାଣ୍ଡ ଦେଶର ସବୁଠାରୁ ବଡ କ୍ଷୀର ବ୍ରାଣ୍ଡ । ନନ୍ଦିନୀ କର୍ଣ୍ଣାଟକ ମିଲ୍କ ଫେଡେରସନର କ୍ଷୀର ବ୍ରାଣ୍ଡ । କର୍ଣ୍ଣାଟକରେ ନନ୍ଦିନୀ କ୍ଷୀର ଦର ଲିଟର ପିଚ୍ଛା ୩୯ ଟଙ୍କା । ଅମୁଲ କ୍ଷୀରର ଦର ଲଟିର ୫୪ ଟଙ୍କା । ନନ୍ଦିନୀ କ୍ଷୀର ପାଇଁ କର୍ଣ୍ଣାଟକ ମିଲ୍କ ଫେଡେରସନକୁ ସବସିଡି ଦେଉଛନ୍ତି ସରକାର । ସୋସିଆଲ ମିଡିଆରେ ଗୋବ୍ୟାକ ଅମୁଲ, ସେଭ ନନ୍ଦିନୀ ଭଳି ହ୍ୟାସଟ୍ୟାଗ ଟ୍ରେଣ୍ଡ କରିବା ଆରମ୍ଭ କରିଥିଲା । ଆଉ ବିରୋଧୀ ବି ଏହାକୁ ନିର୍ବାଚନୀ ଅସ୍ତ୍ର କରିଛନ୍ତି । ବିଜେପି ଗୁଜୁରାଟର ଅମୁଲ ମିଲ୍କକୁ କର୍ଣ୍ଣାଟକରେ ପ୍ରବେଶ କରାଇ, କର୍ଣ୍ଣାଟକର ସ୍ଥାନୀୟ ବ୍ରାଣ୍ଡ ନନ୍ଦିନୀକୁ ଶେଷ କରି ଦେବା ପାଇଁ ଚକ୍ରାନ୍ତ ଚଳାଇଥିବା ଅଭିଯୋଗ ଆଣିଥିଲେ ବିରୋଧୀ । ଆନ୍ଦୋଳନକୁ ଓହ୍ଲାଇ ପ୍ରତିବାଦ କରିଛନ୍ତି । ୮ ଏପ୍ରିଲରେ କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା ଅମୁଲକୁ ବିରୋଧ କରି ପ୍ରତିବାଦ ଜଣାଇଥିଲେ । ଆଉ ଏବେ ଏହି ଲଢେଇ ବିଜେପି ବନାମ କଂଗ୍ରେସ,ଜେଡିଏସ ହୋଇଛି ।