ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ : ନିର୍ବାଚନ କମିଶନଙ୍କ ରିପୋର୍ଟରେ ନାହିଁ ନନ୍ଦୀଗ୍ରାମ ହିଂସା, କେଉଁଠି ହୋଇନାହିଁ ମତଦାନ ପ୍ରଭାବିତ

100

କନକ ବ୍ୟୁରୋ : ଗୁରୁବାର ଦିନ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟ ଭୋଟ ଗ୍ରହଣ ହୋଇଛି । ଏଥିରେ ନନ୍ଦୀଗ୍ରାମରେ ମତଦାନ ବେଳେ ହୋଇଥିବା ହିଂସା ବାବଦରେ ନିର୍ବାଚନ କମିଶନ ତାଙ୍କ ରିପୋର୍ଟରେ କିଛି ଉଲ୍ଲେଖ କରି ନାହାନ୍ତି । ମାତ୍ର ଗତକାଲି ନନ୍ଦୀଗ୍ରାମର ବୋୟାଲ ବୁଥ୍ ରେ ବିଜେପି ଓ ଟିଏମସି କର୍ମୀଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା । ଯାହା ମଧ୍ୟରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଫଶିଯାଇଥିଲେ । ପୁରା ଘଟଣା ୧ ଘଂଟା ଧରି ଚାଲିଥିଲା । ପରାମିଲିଟାରୀ ଫୋର୍ସଙ୍କ ସହାୟତାରେ ମମତାଙ୍କୁ ଉଦ୍ଧାର କରାଯାଇଥିଲା । ଏସବୁ କଥା ଗତକାଲି ଦେଶର ସବୁ ଗଣମାଧ୍ୟମରେ ପ୍ରକାଶ ପାଇଥିଲା । ହେଲେ ନିର୍ବାଚନ କମିଶନଙ୍କ ପକ୍ଷରୁ ପ୍ରକାଶିତ ରିପୋର୍ଟରେ ସବୁ ସ୍ୱାଭାବିକ୍ ଥିବା କଥା କୁହାଯାଇଛି ।

ନିର୍ବାଚନ କମିଶନରଙ୍କ ପକ୍ଷରୁ ଏକ ବୟାନ ଜାରି କରି କୁହାଯାଇଛି କି ତାଙ୍କ ଦ୍ୱାରା ପଠାଯାଇଥିବା ପର୍ଯ୍ୟବେକ୍ଷକଙ୍କ ରିପୋର୍ଟ ମୁତାବକ ପୋଲିଙ୍ଗ ଷ୍ଟେସନ ନମ୍ବର -୭ (ବୋୟାଲ ମୋକତବ ପ୍ରାଇମେରୀ ସ୍କୁଲ) ରେ ମତଦାନ ଚାଲିଥିବା ବେଳେ କୌଣସି ଅପ୍ରିତିକର ଘଟଣା ଦେଖିବାକୁ ମିଳି ନାହିଁ । ଏହି ବୁଥ୍ ରେ ମତଦାନ ଠିକ୍ ଠାକ୍ ହୋଇଛି ।

ନିର୍ବାଚନ କମିଶନଙ୍କ ଏଭଳି ବୟାନ ଆସିବା ପରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ନିର୍ବାଚନ କମିଶନଙ୍କ ଉପରେ ଅଭିଯୋଗ ଆଣି କହିଛନ୍ତି କି, ନିର୍ବାଚନ କମିଶନ କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍ ଶାହାଙ୍କ ଆଦେଶ ପାଳନ କରୁଛନ୍ତି ।