ଆଗେ ବଡ ଭାଇ,ପଛରେ ଚାନ୍ଦ ମୁହିଁ…ସବା ଶେଷେ ଆସୁଛନ୍ତି ଦେଖ କାଳିଆ ଗୋସାଇଁ: ନବଦିନାତ୍ମକ ଯାତ୍ରାରେ ଗୁଣ୍ଡିଚା ଘର ଅଭିମୁଖେ ତିନିଠାକୁର
କନକ ବ୍ୟୁରୋ: ରତ୍ନବେଦୀରୁ ଜନ୍ମବେଦୀକୁ ଯାତ୍ରା ଆରମ୍ଭ କଲେ କାଳିଆଠାକୁର । ବଡଦାଣ୍ଡରେ ଗଡିଲା କାଳିଆଠାକୁରଙ୍କ ନନ୍ଦିଘୋଷ ରଥ । ବଡଠାକୁର ବଳଭଦ୍ର, ଦେବୀ ସୁଭଦ୍ରାଙ୍କ ରଥ ପରେ ବଡଦାଣ୍ଡରେ ଗଡିଲା ଭାବ ବିନୋଦିଆ କାଳିଆ ଠାକୁରଙ୍କ ଗରୁଡଧ୍ୱଜ । ଘଂଟକାହାଳୀ ସହ ମୃର୍ଦ୍ଦଙ୍ଗର ତାଳେ ତାଳେ ଆଗେଇ ଚାଲିଛି ନଟିଆ ଠାକୁରଙ୍କ ନନ୍ଦିଘୋଷ ରଥ ।
Kanak News is now on WhatsApp
Join and get latest news updates delivered to you via WhatsApp
ବିନା ଭକ୍ତରେ ବଡଦାଣ୍ଡ ଜନଶୂନ୍ୟ ହୋଇଯାଇଥିବା ବେଳେ ଭକତଙ୍କୁ ଝୁରି ଝୁରି ବଡ ଭାଇଭଉଣୀଙ୍କୁ ସାଥିରେ ଧରି ଜନ୍ମବେଦୀକୁ ଘେନି ଯାଉଛନ୍ତି ମହାବାହୁ ପ୍ରଭୁ ଶ୍ରୀଜଗନ୍ନାଥ । ବରଷକେ ଥରେ ଶ୍ରୀମନ୍ଦିରର ରତ୍ନବେଦୀ ଛାଡି ଭକ୍ତଙ୍କୁ ଦର୍ଶନ ଦେବା ପାଇଁ ବାହୁଡି ଆସନ୍ତି ବଡଦାଣ୍ଡକୁ । ଶ୍ରଦ୍ଧାର ଦଉଡିରେ ତିନିଠାକୁରଙ୍କ ରଥକୁ ଟାଣି ନେଉଛନ୍ତି ପୋଲିସ୍ ଏବଂ ସେବାୟତ ।