ଆଗେ ବଡ ଭାଇ,ପଛରେ ଚାନ୍ଦ ମୁହିଁ : ସବା ଶେଷେ ଆସୁଛନ୍ତି ଦେଖ କାଳିଆ ଗୋସାଇଁ

82

କନକ ବ୍ୟୁରୋ : ରତ୍ନବେଦୀରୁ ଜନ୍ମବେଦୀକୁ ଯାତ୍ରା ଆରମ୍ଭ କଲେ କାଳିଆଠାକୁର । ବଡଦାଣ୍ଡରେ ଗଡିଲା କାଳିଆଠାକୁରଙ୍କ ନନ୍ଦିଘୋଷ ରଥ । ବଡଠାକୁର ବଳଭଦ୍ର, ଦେବୀ ସୁଭଦ୍ରାଙ୍କ ରଥ ପରେ ବଡଦାଣ୍ଡରେ ଗଡିଲା ଭାବ ବିନୋଦିଆ କାଳିଆ ଠାକୁରଙ୍କ ଗରୁଡଧ୍ୱଜ । ଘଂଟକାହାଳୀ ସହ ମୃର୍ଦ୍ଦଙ୍ଗର ତାଳେ ତାଳେ ଆଗେଇ ଚାଲିଛି ନଟିଆ ଠାକୁରଙ୍କ ନନ୍ଦିଘୋଷ ରଥ ।

ବିନା ଭକ୍ତରେ ବଡଦାଣ୍ଡ ଜନଶୂନ୍ୟ ହୋଇଯାଇଥିବା ବେଳେ ଭକତଙ୍କୁ ଝୁରି ଝୁରି ବଡ ଭାଇଭଉଣୀଙ୍କୁ ସାଥିରେ ଧରି ଜନ୍ମବେଦୀକୁ ଘେନି ଯାଉଛନ୍ତି ମହାବାହୁ ପ୍ରଭୁ ଶ୍ରୀଜଗନ୍ନାଥ । ବରଷକେ ଥରେ ଶ୍ରୀମନ୍ଦିରର ରତ୍ନବେଦୀ ଛାଡି ଭକ୍ତଙ୍କୁ ଦର୍ଶନ ଦେବା ପାଇଁ ବାହୁଡି ଆସନ୍ତି ବଡଦାଣ୍ଡକୁ । ଶ୍ରଦ୍ଧାର ଦଉଡିରେ ତିନିଠାକୁରଙ୍କ ରଥକୁ ଟାଣି ନେଉଛନ୍ତି ପୋଲିସ୍ ଏବଂ ସେବାୟତ ।