ଚାକିରିରୁ ନିଲମ୍ବିତ ହେଲେ ନନ୍ଦପୁର ସିଡିପିଓ ସ୍ନିଗ୍ଧାରାଣୀ ମିଶ୍ର : ରାଜ୍ୟ ସରକାରଙ୍କ ନିର୍ଦ୍ଦେଶକ୍ରମେ ନିଲମ୍ବନ କଲେ କୋରାପୁଟ ଜିଲ୍ଲାପାଳ

ଲାଞ୍ଚ ନେବାବେଳେ ସିଡିପିଓଙ୍କୁ ଧରିଥିଲା ଜୟପୁର ଭିଜିଲାନ୍ସ, ଏସଏଚଜି ଗ୍ରୁପଠାରୁ ୧ଲକ୍ଷ ୭୫ ହଜାର ଟଙ୍କା ଲାଞ୍ଚ ନେଉଥିଲେ

263

କନକ ବ୍ୟୁରୋ : ଚାକିରିରୁ ନିଲମ୍ବିତ ହେଲେ ନନ୍ଦପୁର ସିଡିପିଓ ସ୍ନିଗ୍ଧାରାଣୀ ମିଶ୍ର । ରାଜ୍ୟ ସରକାରଙ୍କ ନିର୍ଦ୍ଦେଶକ୍ରମେ କୋରାପୁଟ ଜିଲ୍ଲାପାଳ ନିଲମ୍ବନ କଲେ । ଲାଞ୍ଚ ନେବାବେଳେ ଜୟପୁର ଭିଜିଲାନ୍ସ ସିଡିପିଓଙ୍କୁ ଧରିଥିଲା । ଏସଏଚଜି ଗ୍ରୁପଠାରୁ ୧ଲକ୍ଷ ୭୫ ହଜାର ଟଙ୍କା ଲାଞ୍ଚ ନେଉଥିଲେ । ପରବର୍ତ୍ତୀ ନିର୍ଦେଶ ପର୍ଯ୍ୟନ୍ତ ସେ କୋରାପୁଟ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ରିପୋର୍ଟ କରିବେ ଏବଂ ତାଙ୍କୁ ନ ଜଣାଇ ମୁଖ୍ୟାଳୟ ଛାଡ଼ି କେଉଁଆଡ଼େ ଯାଇ ପାରିବେ ନାହିଁ ବୋଲି ଜିଲ୍ଲାପାଳ ନିର୍ଦେଶ ଦେଇଛନ୍ତ।

ସ୍ନିଗ୍ଧାରାଣୀଙ୍କୁ ଅକ୍ଟୋବର ୨୮ ତାରିଖ ଦିନ ଗିରଫ କରାଯାଇ ୪୮ ଘଣ୍ଟାରୁ ଅଧିକ ସମୟ ଜେଲ୍‌ ହାଜତକୁ ନିଆଯାଇଥିଲା । ଜିଲ୍ଲାପାଳଙ୍କ ନିଲମ୍ବନ ଆଦେଶ ସେହି ତାରିଖରୁ କାର୍ଯ୍ୟକାରୀ ହେବ ବୋଲି ନିର୍ଦେଶନାମାରେ ଉଲ୍ଲେଖ ଅଛି। ତାଙ୍କ ବିରୋଧରେ କୋରାପୁଟ ଭିଜିଲାନ୍ସ ତଦନ୍ତ ଚଳାଇଛି । ଏହାଛଡ଼ା, ଜିଲ୍ଲାପାଳ ନନ୍ଦପୁର ବିଡିଓଙ୍କୁ ‘ଆଇସିଡିଏସ୍‌’ର ଅର୍ଥ ଉଠାଣ କ୍ଷମତା ଦେଇଥିବା ବେଳେ ପରବର୍ତ୍ତୀ ନିର୍ଦେଶ ପର୍ଯ୍ୟନ୍ତ ସୁପରଭାଇଜର୍‌ ମୋନାଲିସା ଖେମୁଣ୍ଡୁଙ୍କୁ ନନ୍ଦପୁର ‘ସିଡିପିଓ’ ଦାୟିତ୍ୱ ଦେଇଛନ୍ତି । ଉଭୟ ଅଧିକାରୀ ନିଜ ଦାୟିତ୍ୱ ତୁଲାଇବା ସହ ଏହି ଅତିରିକ୍ତ ଦାୟିତ୍ୱ ମଧ୍ୟ ସମ୍ପାଦନ କରିବେ ।