୨୧ରେ ଖୋଲିବ ନନ୍ଦନକାନନ । ଫୋନି ପାଇଁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ବନ୍ଦ ରଖିବାକୁ ନିଷ୍ପତ୍ତି ନେଇଥିଲେ କର୍ତ୍ତୃପକ୍ଷ

୨୧ରେ ଖୋଲିବ ନନ୍ଦନକାନନ । ଫୋନି ପାଇଁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ବନ୍ଦ ରଖିବାକୁ ନିଷ୍ପତ୍ତି ନେଇଥିଲେ କର୍ତ୍ତୃପକ୍ଷ

କନକ ବ୍ୟୁରୋ: ଫୋନି ବାତ୍ୟା ପାଇଁ ବିଶେଷ ଭାବେ ପ୍ରଭାବିତ ହୋଇ ବନ୍ଦ ପଡିଥିବା ରାଜ୍ୟର ସବୁଠୁ ବଡ ପ୍ରାଣୀ ଉଦ୍ୟାନ ନନ୍ଦନକାନନକୁ ପୁଣି ଥରେ ଖୋଲାଯିବ । ତେବେ ଆସନ୍ତା ୨୧ ତାରିଖରୁ ନନ୍ଦକାନନ ଖୋଲା ଯିବା ନେଇ ଜଣାପଡ଼ିଛି।। ଏହାଛଡା ଭୁବନେଶ୍ୱରସ୍ଥିତ ଜୟଦେବ ବାଟିକା ଆସନ୍ତାକାଲିଠୁ ଖୋଲିବାକୁ ଥିବାବେଳେ ଏକାମ୍ର କାନନକୁ ପୁଣିଥରେ ସର୍ବସାଧାରଣଙ୍କ ପାଇଁ ଖୋଲିଦିଆଯାଇଥିବା ରାଜ୍ୟ ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି।

ଫୋନିର ପ୍ରକୋପରେ ହଜାର ହଜାର ଗଛ ଭାଙ୍ଗି ଯିବାରୁ ନନ୍ଦନକାନନର ସବୁଜିମା ନଷ୍ଟ ହୋଇଯାଇଛି। ନନ୍ଦନକାନନ ପରିସରରେ ଥିବା ବିଦ୍ୟୁତ୍ ଖୁଣ୍ଟ ଉପୁଡ଼ି ପଡ଼ିଥିବା ବେଳେ ବିଦ୍ୟୁତ୍ ତାର ବି ଛିଣ୍ଡି ତଳେ ପଡ଼ିଥିଲା। ତେବେ ସୌଭାଗ୍ୟବଶତଃ କୌଣସି ଜୀବଜନ୍ତୁ ବର୍ତ୍ତି ଯାଇଛନ୍ତି । ତେବେ ନନ୍ଦନକାନନର ପୁନରୁଦ୍ଧାର ପାଇଁ ଏହାକୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ବନ୍ଦ ରଖିବାକୁ ନିଷ୍ପତ୍ତି ନେଇଥିଲେ କର୍ତୃପକ୍ଷ ।

ନନ୍ଦନକାନନରେ ୨୧୨ଟି ଖୁଆଡ଼ରେ ଥିବା ୧୫୬ ପ୍ରଜାତିର ୩ ହଜାର ୩୦୩ ଜୀବଜନ୍ତୁ ରହିଛନ୍ତି। ସେମାନଙ୍କ ସୁରକ୍ଷା ଲାଗି କର୍ମଚାରୀମାନଙ୍କୁ ନିୟୋଜିତ କରାଯାଇଥିଲା। ଛୋଟ ଜୀବଜନ୍ତୁଙ୍କ ପ୍ରତି ଅଧିକ ଗୁରୁତ୍ବ ଦିଆଯାଇ ଖୁଆଡ଼ ଘରେ ସୁରକ୍ଷା ବ୍ୟବସ୍ଥାକୁ ବଢ଼ା ଯାଇଥିଲା। ବାଘ, ସିଂହ, ଭାଲୁ, ହାତୀଙ୍କ ଉପରେ ସ୍ବତନ୍ତ୍ର ଦୃଷ୍ଟି ରଖାଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe