କନକ ବ୍ୟୁରୋ : ନନ୍ଦନକାନନର ବାଘ ଖୁଆଡରେ ପଶିଲା କୁମ୍ଭୀର । ବାଘ ଖୁଆଡ ୩୩-ନଂ-ଏ ଖୁଆଡରେ ପ୍ରାୟ ୪ରୁ ୫ ଫୁଟର କୁମ୍ଭୀର ଦେଖିବାକୁ ମିଳିଛି । ଘଟଣା ଅନୁସାରେ, ଏହି ଖୁଆଡରେ ସ୍ପନ୍ଦନ ଓ ବାସୁ ୨ଟି କଳା ମହାବଳ ଦୀର୍ଘଦିନ ହେବ ଗାଧେଉନଥିଲେ । କିନ୍ତୁ ବାଘ ଗାଧୋଉଥିବା ଖୁଆଡରେ କୁମ୍ଭୀର ଥିବା ଜନ୍ତୁ ରକ୍ଷକ ଦେଖିବାକୁ ପାଇଥିଲେ । କୁମ୍ଭୀରକୁ ଧରିବା ପାଇଁ ଉଦ୍ୟମ ଜାରି ରହିଛି । ଖୁଆଡର ପାଣି ଶୁଖାଯାଇ କୁମ୍ଭୀରକୁ ଉଦ୍ଧାର ପାଇଁ ପ୍ରୟାସ କରାଯାଉଛି । ୨ ବାଘକୁ ଖୁଆଡ ମଧ୍ୟରେ ରଖାନଯାଇ ଫିଡିଙ୍ଗ ଚାମ୍ବରରେ ରଖାଯାଇଛି ।
ନନ୍ଦନକାନନର ବାଘ ଖୁଆଡରେ ପଶିଗଲା କୁମ୍ଭୀର : ପାଣି ଶୁଖାଇ କୁମ୍ଭୀରକୁ କରାଯିବ ସ୍ଥାନାନ୍ତରଣ; ମଟର ଲଗାଇ ଶୁଖା ଯାଉଛି ପାଣି
/kanak/media/post_attachments/wp-content/uploads/2021/08/vlcsnap-2021-08-06-13h42m25s132.png)