କନକ ବ୍ୟୁରୋ : ନନ୍ଦନକାନନକୁ ଆସିବେ ନୂଆ ଅତିଥି । ବାଘ ଓ ଘଡ଼ିଆଳ ବଦଳରେ ଆସିବେ ଗିବନ ଓ ଚିତାବିରାଡ଼ି । ଅରୁଣାଚଳ ପ୍ରଦେଶର ଇଟାନଗର ଚିଡ଼ିଆଖାନାରୁ ଦୁଇଟି ବାଘ ଓ ତିନିଟି ଘଡ଼ିଆଳ କୁମ୍ଭୀର ବଦଳରେ ଏକ ହଳ ହୁଲକ୍ ଗିବନ ଓ ଏକ ହଳ ଚିତା ବିରାଡ଼ି ଆସିବେ । ଏଥିପାଇଁ ଇଟାନଗର ଚିଡ଼ିଆଖାନାର ପ୍ରାଣୀ ଚିକିତ୍ସକ ଡକ୍ଟର ସୋରାଙ୍ଗ ତଡ଼ାପ ନନ୍ଦନକାନନରେ ପହଞ୍ଚି ପୂର୍ବରୁ ହୋଇଥିବା ଚୁକ୍ତିପତ୍ରରେ ସ୍ୱାକ୍ଷର କରି ଦୁଇଟି ବାଘ ଓ ଘଡ଼ିଆଳ କୁମ୍ଭୀରଙ୍କୁ ଗ୍ରହଣ କରିଛନ୍ତି ।

Advertisment

ବାଘ ମଧ୍ୟରେ ଅଛନ୍ତି ନାଲି ରଙ୍ଗର ସୋହିନୀ ଓ ରକି । ଦୁଇ ବାଘ ଓ ଘଡ଼ିଆଳ କୁମ୍ଭୀରଙ୍କୁ ସ୍ୱତନ୍ତ୍ର ଜନ୍ତାରେ ଭର୍ତି କରି ଟ୍ରକରେ ଲଦି ନନ୍ଦନକାନନର ୬ଜଣିଆ ଟିମ୍ ଇଟାନଗର ଗସ୍ତ କରିବେ । ସେଠାରେ ପହଞ୍ଚିବା ପରେ ଚୁକ୍ତି ମୁତାବକ ଏକ ହଳ ହୁଲକ ଗିବନ ଓ ଏକ ହଳ ଚିତା ବିରାଡ଼ି ନନ୍ଦନକାନନକୁ ଆଣିବେ । ଏମାନଙ୍କୁ ଆଣିବା ପାଇଁ ଅତିକମରେ ୧୨ ଦିନ ସମୟ ଲାଗିବ ବୋଲି କୁହାଯାଉଛି ।