କନକ ବ୍ୟୁରୋ : ଶନିବାର ଏନକ୍ଲୋଜର ପାଚେରି ଡେଇଁଥିବା ନନ୍ଦନକାନନର ବାଘୁଣୀ ମେଘା ଆଜି ମଧ୍ୟ ଅସ୍ଥିର, ବିଚଳିତ ଓ ଉନ୍ମାଦିତ ଅବସ୍ଥାରେ ଥିବା ଲକ୍ଷ୍ୟ କରାଯାଇଛି। ଏଥିପାଇଁ ମେଘାକୁ ଆଜି ଏନକ୍ଲୋଜର ମଧ୍ୟକୁ ଛଡ଼ା ନଯାଇ ଖାଦ୍ୟ ଗ୍ରହଣ କକ୍ଷରେ ଛଡ଼ାଯାଇଛି। ତାର ଗତିବିଧି ଉପରେ ତୀକ୍ଷଣ ନଜର ରଖାଯାଇଛି। ଅନ୍ୟପକ୍ଷରେ ଆହତ ହୋଇଥିବା ଅନ୍ୟ ଦୁଇ ବାଘ ଆଦ୍ୟାଶା ଓ ସାହିଲଙ୍କୁ ପ୍ରତିଷେଧକ ଟିକା ଦିଆଯିବା ପରେ ପର୍ୟ୍ୟଟକଙ୍କ ସମ୍ମୁଖକୁ ଛଡ଼ାଯାଇଛି।
ଗତକାଲି ନନ୍ଦନକାନନର ବାଘୁଣୀ ମେଘା ଏନକ୍ଲୋଜରର ତାରଜାଲି ପାଚେରିକୁ ଡେଇଁ ବିଜୟା ବାଘୁଣୀର ଏନକ୍ଲୋଜର ମଧ୍ୟକୁ ପ୍ରବେଶ କରିଥିଲା । ଏହାପରେ ମେଘା ସହିତ ଆଦ୍ୟାଶା ଓ ସାହିଲର ଲଢେଇହୋଇଥିଲା। ଲଢ଼େଇ ଯୋଗୁଁ ସେମାନଙ୍କ ଆଗ ଗୋଡ଼ରେ ସାମାନ୍ୟ ରାମ୍ପୁଡ଼ା ଦାଗ ସୃଷ୍ଟି ହୋଇଥିଲା। ନନ୍ଦନକାନନ କର୍ତୃପକ୍ଷ ଘଟଣାସ୍ଥଳରେ ପହଞ୍ଚି ବାଘ ୩ଟିଙ୍କୁ ଅଲଗା କରିଥିଲେ। ସେମାନଙ୍କୁ ନିଜ ନିଜ ଖୁଆଡ଼ ମଧ୍ୟରେ ରଖାଯିବା ପରେ ପ୍ରାଣୀ ଚିକିତ୍ସକଙ୍କ ଦ୍ୱାରା ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଥିଲା। ସୁରକ୍ଷା ଦୃଷ୍ଟିରୁ ପ୍ରତିଷେଧକ ଟିକା ମଧ୍ୟ ଦିଆଯାଇଥିଲା।
ଅନ୍ୟପକ୍ଷରେ ଆଜି ମଧ୍ୟ ନନ୍ଦନକାନନ କର୍ତୃପକ୍ଷ ଦୁର୍ବଳ ହୋଇପଡ଼ିଥିବା ତାରଜାଲିକୁ ସଜଡ଼ା ଯିବାକୁ ଉଦ୍ୟମ ଆରମ୍ଭ ହୋଇଛି। ମେଘା ତାର ଜାଲି ଉପରେ ଚଢ଼ିବା ବେଳେ କିଛି ସ୍ଥାନରେ ଭାଙ୍ଗି ଯାଇଥିବା ଜାଲିକୁ ତତ୍କାଳ ମରାମତି କରାଯାଇଛି। ସେହିପରି ଅନ୍ୟ ବାଘ ରହୁଥିବା ଖୁଆଡ଼ ଓ ତାରି ଜାଲିକୁ ମଧ୍ୟ ଯାଞ୍ଚ କରାଯାଇଛି। ଆଜି ବାଘ ୩ଟିଙ୍କ ଅବସ୍ଥା ସଂପୂର୍ଣ୍ଣ ସୁସ୍ଥ ଥିବା ଜାଣିବା ପରେ ନନ୍ଦନକାନନ କର୍ତୃପକ୍ଷ ଆଦ୍ୟାଶା ଓ ସାହିଲଙ୍କୁ ପର୍ୟ୍ୟଟକଙ୍କ ସମ୍ମୁଖକୁ ଛାଡ଼ିଛନ୍ତି। ହେଲେ ମେଘା ଅସ୍ଥିର ଥିବାରୁ ତାକୁ ଖୁଆଡ଼ ମଧ୍ୟକୁ ଛଡ଼ାଯାଇନି
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2017/10/TIGER.jpg)