ହର୍ପିସ୍ ଆଗରେ ଅସହାୟ ନନ୍ଦନକାନନ କର୍ତ୍ତୃପକ୍ଷ। ଆମେରିକା ଯିବ ହାତୀଙ୍କ ରକ୍ତ ନମୂନା। ସଂକ୍ରାମଣକ ଖୋଜିବାକୁ ଆସାମ ଓ କେରଳରୁ ଆସିବେ ଡାକ୍ତରି ଟିମ୍

୨୬ ଦିନରେ ଗଲାଣି ୪ ହାତୀଙ୍କ ଜୀବନ

302

କନକ ବ୍ୟୁରୋ: ନନ୍ଦନକାନନର ହାତୀଙ୍କ ପାଇଁ ଆତଙ୍କ ସାଜିଛି ହର୍ପିସ ଭୂତାଣୁ । ମାସକରୁ କମ୍ ସମୟରେ ୪ଟି ହାତୀ ପ୍ରାଣ ହରାଇବା ଘଟଣା, ନନ୍ଦକାନନ କର୍ତ୍ତୃପକ୍ଷ ଓ ଜଙ୍ଗଲ, ପରିବେଶ ବିଭାଗର ନିଦ ହଜାଇ ଦେଇଛି । ହାତୀ ମଡକ ରୋକିବାକୁ ଏକ ଟେକ୍ନିକାଲ ଟିମ୍ ଗଠନ କରାଯାଇଛି । ତେବେ ଏହି ଭାଇରସ ଆକ୍ରାନ୍ତ ହାତୀଙ୍କୁ ଚିକିତ୍ସା କରିବା ଅସମ୍ଭବ ବୋଲି ଏକ ପ୍ରକାର ସ୍ୱୀକାର କରିଛନ୍ତି ନନ୍ଦନକାନନ କର୍ତ୍ତୃପକ୍ଷ ।

ନନ୍ଦନକାନନରେ ପୁଣି ହାତୀ ମୃତ୍ୟୁ । ଶୁକ୍ରବାର ରାତିରେ ଆଖି ବୁଜିଛି ଗୈାରୀ । ୨୬ ଦିନ ଭିତରେ ଚାରି ଚାରିଟି ହାତୀ ମୃତ୍ୟୁ ଏବେ ନନ୍ଦନକାନନରେ ଥିବା ଅନ୍ୟ ୪ହାତୀଙ୍କ ସହ ଅନ୍ୟାନ୍ୟ ଜୀବଜନ୍ତୁଙ୍କ ଉପରେ ପ୍ରଶ୍ନଚିହ୍ନ ଛିଡା କରିଛି । ହର୍ପିସ ଭାଇରସ ଦ୍ୱାରା ଏହି ହାତୀ ମାନଙ୍ଗର ମୃତ୍ୟୁ ହୋଇଥିବା ଜଣାପଡିବା ପରେ ଏବେ ଏକ ଟେକ୍ନିକାଲ ଟିମ୍ ଦ୍ୱାରା ଏହାର କାରଣ ଓ ନିରାକରଣର ଉପାୟ ଖୋଜୁଛି ଜଙ୍ଗଲ ଓ ପରିବେଶ ବିଭାଗ । କିନ୍ତୁ ହର୍ପିସ ଭାଇରସର ନିରାକରଣ ପାଇଁ ଅନ୍ୟ ରାଜ୍ୟ ତଥା ବିଦେଶର ବିଶେଷଜ୍ଞଙ୍କ ଉପରେ ନିର୍ଭର କରି ଏକ ପ୍ରକାର ହାତ ଟେକି ଦେଇଛନ୍ତି ଏହି ଟେକ୍ନିକାଲ୍ ଟିମ୍ ଓ ଜଙ୍ଗଲ ବିଭାଗ ।

ଏବେ ପ୍ରଶ୍ନ ଉଠୁଛି ନନ୍ଦନକାନନରେ ଥିବା ଅନ୍ୟ ହାତୀ ଏହି ଭାଇରସରେ ଆକ୍ରାନ୍ତ ହୋଇନାହାନ୍ତି ତ ? ବାହାରୁ ବିଶେଷଜ୍ଞ ଆସି କୈାଣସି ପଦକ୍ଷେପ ନେବା ପୂର୍ବରୁ ଚିଡିଆଖାନା ପରିସରରେ ଥିବା ଅନ୍ୟ ୪ ହାଦୀ କେତେ ସୁରକ୍ଷିତ ତାକୁ ନେଇ ସନ୍ଦେହ ସୃଷ୍ଟି ହୋଇଛି । ଦେଶ ବିଦେଶରେ ପରିଚିତ ଏହି ଚିଡିଆଖାନାରେ ଗୋଟିଏ ପରେ ଗୋଟିଏ ହାତୀ ମରିବା ଏବେ ପଶୁପ୍ରେମୀଙ୍କ ମନରେ ବିଭିନ୍ନ ପ୍ରଶ୍ନବାଚୀ ସୃଷ୍ଟି କରିଛି ।

• ୪ଟି ଅଳ୍ପ ବୟସ୍କ ହାତୀଙ୍କ ମୃତ୍ୟୁ ପାଇଁ ନନ୍ଦନକାନନ ଅଧିକାରୀ ଦାୟୀ ହେବେନି କାହିଁକି ?

• କେନ୍ଦ୍ରୀୟ ଚିଡିଆଖାନା କର୍ତ୍ତୃପକ୍ଷଙ୍କ ଗାଇଡ୍ଲାଇନ ପାଳନ କରାଯାଇନଥିଲା କାହିଁକି ?

• ଓୟୁଏଟିରେ ଥିବା ଚିଡିଆଖାନା ଓ ବନ୍ୟଜନ୍ତୁ ରୋଗ ପ୍ରତିଷେଧକ ବିଭାଗ କରୁଥିଲା କଣ ?