କନକ ବ୍ୟୁରୋ : ହିନ୍ଦୀ ସିନେମାର ପ୍ରଯୋଜକ ସାଜିଦ ଖାନ ଏବେ ବିଗ୍ ବସ୍-୧୬ ରେ ଜଣେ ପ୍ରତିଯୋଗୀ ଭାବେ ସାମିଲ ହୋଇଛନ୍ତି । ବିଗ୍ ବସ୍ ହାଉସରେ ସେ ୬ ସପ୍ତାହ ହେବ ଅଚନ୍ତି । ମାତ୍ର ଏହି ସୋରେ ଏଣ୍ଟ୍ରି କରିବା ପରେ ତାଙ୍କ ନାମରେ ଗୋଟିଏ ପରେ ଗୋଟିଏ ଅଭିଯୋଗ ଆସିବାରେ ଲାଗିଛି । ମହିଳା ଆୟୋଗର ଅଧ୍ୟକ୍ଷ ସ୍ୱାତୀ ମାଲିବାଲଙ୍କ ଠାରୁ ଆରମ୍ଭ କରି ମହିଳାଙ୍କ ପାଇଁ ସ୍ୱର ଉଠାଉଥିବା ଅନେକ ସମାଜସେବୀ ସାଜିଦଙ୍କୁ ସୋ ରୁ ବାହାର କରିବାକୁ ଦାବି କରିଛନ୍ତି । ଏହାସହ ସାଜିଦ ଖାନଙ୍କ ଉପରେ ୧୦ ରୁ ଅଧିକ ଅଭିନେତ୍ରୀ ମଧ୍ୟ ଅସଦାଚରଣ ଅଭିଯୋଗ ଆଣିଥିଲେ । ଏବେ ଏହି କ୍ରମରେ ଆଉ ଜଣେ ଅଭିନେତ୍ରୀ ବି ସମାନ ଅଭିଯୋଗ ଆଣିଛନ୍ତି । ପୂର୍ବ ମଡେଲ ନମ୍ରତା ଶର୍ମା ସିଂ ଏହି ଅଭିଯୋଗ ଆଣିଛନ୍ତି ।
ଏକ ଜାତୀୟ ଗଣମାଧ୍ୟମ ମୁତାବକ ନମ୍ରତା ସିଂ କହିଛନ୍ତି କି ୨୦୧୧ ମସିହାରେ ସାଜିଦ ଖାନ ତାଙ୍କ ସହ ଜବରଦସ୍ତ କରିବାକୁ ଚେଷ୍ଟା କରିଥିଲେ । ନମ୍ରତାଙ୍କ କହିବା ମୁତାବକ ସେ ଏକ ଅଡିସନ ପାଇଁ ସାଜିଦ ଖାନଙ୍କ ନିକଟକୁ ଯାଇଥିଲେ । ସେ ସାଜିଦ ଖାନଙ୍କ ନିକଟରେ ପହଂଚିବା ବେଳକୁ ସେ ଏକ ଛୋଟ ଡ୍ରେସ ପିନ୍ଧି ବସିଥିଲେ । ନମ୍ରତା ଯେତେବେଳେ ସେହି ରୁମ ଭିତରକୁ ପ୍ରବେଶ କଲେ ସାଜିଦ ହଠାତ କବାଟ ବନ୍ଦ କରିଦେଇଥିଲେ । ଏହାପରେ ସାଜିଦ ତାଙ୍କ ସହ ଖରାପ ବ୍ୟବହାର କରିବା ଆରମ୍ଭ କରିଦେଇଥିଲେ । ହେଲେ ନମ୍ରତା କୌଣସି ପ୍ରକାର ସେ ଘରୁ ବାହରି ଆସିଥିବା କଥା କହିଛନ୍ତି ।
ସୂଚନା ଥାଉକି ନମ୍ରତା ୨୦୦୭-୨୦୦୯ ପର୍ଯ୍ୟନ୍ତ ଜଣେ ଚର୍ଚ୍ଚିତ ମଡେଲ ଥିଲେ । ସେ ଅନେକ ଲୋକପ୍ରିୟ ବ୍ରାଣ୍ଡ ପାଇଁ ବିଜ୍ଞାପନ ମଧ୍ୟ କରିଛନ୍ତି ।