କ’ଣ ଆପଣ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଫେସ୍ ଟୁ ଫେସ୍ ମିଶିବାକୁ ଚାହାନ୍ତି ? ଯଦି ଆପଣଙ୍କ ଯବାବ୍ ହଁ ତେବେ ଆପଣଙ୍କ ଜିଜ୍ଞାସା ସମ୍ଭବ ହୋଇପାରିବ ଏବଂ ଏଥିରେ ଖର୍ଚ୍ଚ ମାତ୍ର ୫ ଟଙ୍କା ହେବ । ଏହାପରେ ଆପଣଙ୍କୁ ନମୋ ଟି ସାର୍ଟ ଏବଂ ଏକ କଫି ମଗ୍ ମଧ୍ୟ ଦିଆଯିବ ।
୧ . ନମୋ ଆପ୍ ରେ ଡୋନେସନ୍ ଦେବାକୁ ହେବ ।
ପ୍ରଧାନମନ୍ତ୍ରୀ ମୋଦିଙ୍କ ବ୍ୟକ୍ତିଗତ ଆପ୍ (ନମୋ ଆପ୍) କୁ ଯାଇ ବିଜେପିକୁ ଡୋନେସନ୍ କରିବାକୁ ପଡିବ । ଏହି ଡୋନେସନ୍ ରାଶି ୫ ଟଙ୍କାରୁ ଆରମ୍ଭ ହୋଇ ୧୦୦୦ ଟଙ୍କା ପର୍ଯ୍ୟନ୍ତ ଦେଇପାରିବେ ।
୨ . ଜେନେରେଟ୍ ହେବ ରେଫରଲ୍ କୋଡ୍ ।
ଏହି ଆପରେ ପାର୍ଟି ଫଣ୍ଡ ଡୋନେସନ୍ ଦେବା ପରେ ରେଫରଲ୍ କୋଡ୍ ଜେନେରେଟ୍ କରାଯିବ । ଏହି କୋଡକୁ ହ୍ୱାଟସଆପ୍ , ଇମେଲ୍ ଏବଂ ଏମଏମଏସରେ ୧୦୦ ଲୋକଙ୍କୁ ପଠାଇବାକୁ ପଡିବ । ଯଦି ଏହି ୧୦୦ ଜଣ ଲୋକ ରେଫରଲ୍ କୋଡ୍ ବ୍ୟବହାର କରି ଆପକୁ ଡୋନେସନ୍ କରୁଛନ୍ତି ତେବେ ଆପଣଙ୍କୁ ପିଏମ୍ ମୋଦିଙ୍କ ସହ ଦେଖା କରିବାର ସୁବର୍ଣ୍ଣ ସୁଯୋଗ ପ୍ରାପ୍ତି ହୋଇପାରିବ ।
୩ . ଏଭଳି ମିଳିବ ଟି-ସାର୍ଟ ଏବଂ କଫି ମଗ୍ ।
ବିଜେପିର କହିବା ଅନୁସାରେ ଯଦି ରେଫରଲ୍ କୋଡକୁ ୧୦ ଜଣ ଲୋକ ବି ଆପଣାଉଛନ୍ତି ତେବେ ଏହି ଟି-ସାର୍ଟ ଏବଂ କଫି ମଗକୁ ମାଗଣାରେ ଆପଣ ପାଇପାରିବେ । ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଖୁବ୍ କମ୍ ଲୋକ ମିଶିପାରୁଛନ୍ତି ଏହି ନୂଆ ପ୍ରକ୍ରିୟାରେ ସାଧାରଣ ଲୋକଙ୍କ ସହ ବି ପ୍ରଧାନମନ୍ତ୍ରୀଙ୍କ ସଂବନ୍ଧ ବଢିବ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/12/05/2024-12-05t085615664z-9834a11b-9015-4cfe-ae63-b20008d51374.jpg)
/kanak/media/post_attachments/wp-content/uploads/2018/11/Narendra-Modi-quotes-fans-1-770x433.jpg)
/kanak/media/post_attachments/wp-content/uploads/2018/11/narendra-modi-app-7591-784x441-300x169.jpg)
/kanak/media/post_attachments/wp-content/uploads/2018/11/modi_namo_app-300x168.jpeg)