କନକ ବ୍ୟୁରୋ : ସାରା ଦେଶ ପାଇଁ କୁନୋ ଜାତୀୟ ଉଦ୍ୟାନରୁ ଆସିଲା ଖୁସି ଖବର । ଗତବର୍ଷ ଦକ୍ଷିଣଆଫ୍ରିକା ମହାଦେଶର ନାମିବ୍ୟାରୁ ଆସିଥିବା ସିୟାୟା ନାମକ ଚିତାବାଘ ୪ ଶାବକକୁ ଜନ୍ମ ଦେଇଛି । ନିକଟରେ ଶାଶା ନାମକ ଚିତାର ମୃତ୍ୟୁ ହୋଇଥିଲା । କୀଡନି ରୋଗ କାରଣରୁ ଶାଶା ଆଖି ମୁଜିଥିଲା । ଏହାପରେ ଏହି ଘଟଣା ପଶୁପ୍ରେମୀଙ୍କୁ କଷ୍ଟ ଦେବା ସହ ମଧ୍ୟପ୍ରଦେଶ ସରକାରଙ୍କ ଚିନ୍ତା ବଢାଇଥିଲା । ଆଉ ଏବେ ଗୋଟିଏ ଦିନ ପରେ ହିଁ ନୁଆ ଖୁସି ଖବର ଆସିଛି ।

Advertisment

ପରିବେଶ ମନ୍ତ୍ରୀ ଭୁପେନ୍ଦର ଯାଦବ ଏନେଇ ଏକ ଭିଡିଓ ସେୟାର କରି ଟୁଇଟର ମାଧ୍ୟମରେ ଜଣାଇଛନ୍ତି । ମନ୍ତ୍ରୀ କହିଛନ୍ତି ଅମୃତ କାଳ ସମୟରେ ବନ୍ୟଜନ୍ତୁ ସଂରକ୍ଷଣ ଇତିହାସରେ ଏହା ଏକ ସ୍ମରଣୀୟ ଘଟଣା । ଗତବର୍ଷ ସେପ୍ଟେମ୍ବର ୧୭ ତାରିଖରେ ପ୍ରଧାନମନ୍ତ୍ରୀ ନିଜ ଜନ୍ମଦିନରେ କୁନୋ ଜାତୀୟ ଉଦ୍ୟାନରେ ୮ ଟି ଚିତାବାଘକୁ ଛାଡିଥିଲେ । ଆଉ ଏବେ କୁନୋ ଜାତୀୟ ଉଦ୍ୟାନରେ ଚିତା ସଂଖ୍ୟା ବଢିବା ପରେ ଚାରିଆଡେ ଖୁସିର ଲହର ଖେଳିଯାଇଛି ।