ଏହି ଦେଶର ମହିଳାମାନେ ନିଜ ଜୀବନରେ କେବଳ ଥରେ ହିଁ ସ୍ନାନ କରିଥାନ୍ତି

ବହୁ ପୁରୁଷଙ୍କ ସହ ରଖନ୍ତି ସମ୍ପର୍କ

124

ହିମ୍ବା ଜନଜାତିର ଲୋକମାନେ ଯେଉଁଠାରେ ବାସ କରନ୍ତି, ସେଠାରେ ଜଳର ଘୋର ଅଭାବ ରହିଛି ଏବଂ ମରୁଭୂମିର ଉତପ୍ତ ଜଳବାୟୁ ମଧ୍ୟ ଏକ ବଡ଼ ସମସ୍ୟା ଅଟେ ।  ଏହି କାରଣରୁ ଏଠାରେ ଲୋକମାନେ କେବଳ ଜଳକୁ କେବଳ ପିଇବା ଉଦ୍ଦେଶ୍ୟରେ ହିଁ ବ୍ୟବହାର କରନ୍ତି ।

ଦୁନିଆରେ ଏପରି ଅନେକ ଜନଜାତି ଅଛନ୍ତି ଯେଉଁମାନଙ୍କର  ଜୀବନଶୈଳୀ ଏବଂ ଜୀବନଯାପନ କଳା ସମ୍ପୂର୍ଣ୍ଣ ଭିନ୍ନ ।  ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଦୁନିଆରେ ଏପରି ଏକ ସ୍ଥାନ ଅଛି ଯେଉଁଠାରେ ମହିଳାମାନେ ନିଜ ଜୀବନରେ କେବଳ ଥରେ ସ୍ନାନ କରନ୍ତି ।

ହଁ, କେବଳ ଥରେ 

ବର୍ତ୍ତମାନ ଆପଣ ନିଶ୍ଚିତ ଭାବରେ ଭାବୁଥିବେ ଏହା କେଉଁ ସ୍ଥାନ?

ଦକ୍ଷିଣ ଆଫ୍ରିକାରେ ଅବସ୍ଥିତ ନାମିବିଆ ହେଉଛି ଏକମାତ୍ର ଦେଶ ଯେଉଁଠାରେ ମହିଳାମାନେ ସାରା ଜୀବନ ଥରେ ମାତ୍ର ସ୍ନାନ କରନ୍ତି । ମାତ୍ର ଥରେ ଗାଧୋଇବା ସତ୍ତ୍ବେ ସେମାନେ ନିଜକୁ ସତେଜ ରଖିପାରନ୍ତି । ହିମ୍ବା ଜନଜାତି ନାମିବିଆର କ୍ୱାନେନ୍ ପ୍ରଦେଶରେ ରୁହନ୍ତି ।  ହିମ୍ବା ଜନଜାତିର ଲୋକଙ୍କୁ ଓଭା ହିମ୍ବା କିମ୍ବା ଓମୁହିମ୍ବା ମଧ୍ୟ କୁହାଯାଏ । ଏହି ଜନଜାତିର ଲୋକମାନଙ୍କର ଏକ ନିଆରା ଏବଂ ଆଶ୍ଚର୍ଯ୍ୟଜନକ ପରମ୍ପରା ରହିଛି । ହିମ୍ବା ଜନଜାତିର ମହିଳାମାନେ ନିଜ ଜୀବନରେ କେବଳ ଥରେ ଗାଧୋଇଥାନ୍ତି । ତାହାପୁଣି କେବଳ ସେମାନଙ୍କ ବିବାହ ଦିନ ।  ଏହି ମହିଳାମାନଙ୍କୁ ବିବାହ ପୂର୍ବରୁ ପାଣିରେ ଗାଧୋଇବାକୁ ଦିଆଯାଇନଥାଏ । ଏଠାକାର ଲୋକଙ୍କୁ ଲୁଗା ଧୋଇବା ପାଇଁ ମଧ୍ୟ ପାଣି ବ୍ୟବହାର କରିବାକୁ ବାରଣ କରାଯାଇଛି ।

ଗାଧୋଇବା ପାଇଁ ପାଣି କାହିଁକି ବ୍ୟବହାର କରନ୍ତି ନାହିଁ ?

ବାସ୍ତବରେ ଏଠାକାର କଠିନ ଜଳବାୟୁ ପରିସ୍ଥିତି ଯୋଗୁଁ ଏଭଳି ନିୟମ କରାଯାଇଛି । ଯେଉଁଠାରେ ହିମ୍ବା ଜନଜାତି ବାସ କରନ୍ତି, ସେଠାରେ ଜଳର ଘୋର ଅଭାବ ରହିଛି ଏବଂ ମରୁଭୂମିର କଠିନ ଜଳବାୟୁ ମଧ୍ୟ ଏକ ବଡ଼ ସମସ୍ୟା ହେଇ ଛିଡାହେଇଛି ।  ଏହି କାରଣରୁ ଏଠାରେ ଲୋକମାନେ କେବଳ ପାନୀୟ ଉଦ୍ଦେଶ୍ୟରେ ଜଳ ବ୍ୟବହାର କରନ୍ତି | ତଥାପି ଏହା ନୁହେଁ ଯେ ସେମାନଙ୍କର ସ୍ୱଚ୍ଛତା ଅଭାବ ରହିଛି । ପାଣିରେ ସ୍ନାନ ନକରିବା ସତ୍ତ୍ୱେ ସେମାନେ ନିଜ ଶରୀରକୁ ସତେଜ ଏବଂ ପରିଷ୍କାର ରଖନ୍ତି । ଚର୍ମକୁ ସଫା ରଖିବା ପାଇଁ ଏଠାରେ ଥିବା ମହିଳାମାନେ ଲାଲ୍ ଗଛ ଚମଡା ରସ ଏବଂ ଅନ୍ୟ ପ୍ରକାର ବିଭିନ୍ନ ଜଡିବୁଟି  ବ୍ୟବହାର କରନ୍ତି ।

ଏହି ମହିଳାମାନେ କେମିତି ନିଜକୁ ସଫା ରଖନ୍ତି?

ଗାଧୋଇବା ପାଇଁ ଜଳ ବ୍ୟବହାର କରିବା ପରିବର୍ତ୍ତେ ହିମ୍ବା ଜନଜାତିର ମହିଳାମାନେ ବିଶେଷ ପ୍ରକାର ଜଡିବୁଟି ବ୍ୟବହାର କରନ୍ତି । ସେମାନେ କିଛି ବିଶେଷ ପ୍ରକାର ଗଛରୁ ସଂଗୃହୀତ ଜଡିବୁଟିକୁ ଜାଳି ସେଥିରୁ ବାହାରୁଥିବା ଧୂଆଁରେ ନିଜ ଶରୀରକୁ ସତେଜ ରଖନ୍ତି । ଏହାକୁ ଧୂଆଁସ୍ନାନ କୁହାଯାଏ । ସେମାନେ ବିଶ୍ବାସ କରନ୍ତି ଯେ ଏହି ଧୂଆଁସ୍ନାନ କରିବା ଦ୍ଵାରା ଚର୍ମରେ ଜମା ହୋଇଥିବା ସମସ୍ତ ଜୀବାଣୁ ମରିଯାନ୍ତି  ଏବଂ ଶରୀର ମଧ୍ୟ ସଫା ରହିଥାଏ ।

ଏକାଧିକ ପୁରୁଷ ସହିତ ସମ୍ପର୍କ ରଖନ୍ତି

ହିମ୍ବା ଜନଜାତିର ଆଉ ଏକ ପାରମ୍ପରିକ ବିଷୟ ହେଉଛି  ପୁରୁଷମାନେ ଏକାସାଙ୍ଗରେ ଅନେକ ମହିଳାଙ୍କ ସହିତ ସମ୍ପର୍କ ରଖିପାରିବେ । ମହିଳାମାନେ ମଧ୍ୟ ନିଜ ସ୍ୱାମୀଙ୍କ  ବ୍ୟତୀତ ଅନ୍ୟ ଯେ କୌଣସି ପୁରୁଷ ସହିତ ସମ୍ପର୍କ ରଖିପାରିବେ । ଯେତେବେଳେ ଘରକୁ କୌଣସି ଅତିଥି ଆସନ୍ତି ସୌଜନତା ଦୃଷ୍ଟିରୁ ସ୍ୱାମୀମାନେ ନିଜ ପତ୍ନୀଙ୍କ ସହିତ ସମ୍ପର୍କ ରଖିବାକୁ ଅନୁରୋଧ କରନ୍ତି । ଏଥିରେ ମହିଳାମାନଙ୍କର ମଧ୍ୟ କୌଣସି ଆପତ୍ତି ନଥାଏ ।