ଟି୨୦ ବିଶ୍ୱକପରେ ବଡ ବିପର୍ଯ୍ୟୟ। ଏସିଆ କପ ବିଜେତା ଶ୍ରୀଲଙ୍କାକୁ ହରାଇଲା ନାମିବିଆ।

669

କନକ ବ୍ୟୁରୋ: ଅଷ୍ଟ୍ରେଲିଆରେ ଆୟୋଜିତ ଟି୨୦ ବିଶ୍ୱକପର ଦମଦାର ଆରମ୍ଭ ହୋଇଛି । ଅକ୍ଟୋଲ ୧୬ରୁ ଆରମ୍ଭ ହୋଇଛି ଯୋଗ୍ୟତା ପର୍ଯ୍ୟାୟ ମ୍ୟାଚ । ତେବେ ପ୍ରଥମ ଦିନରୁ ହିଁ ବଡ ବିପର୍ଯ୍ୟୟ ଦେଖିବାକୁ ମିଳିଛି । ନାମିବିଆ ଏସିଆ କପ ଚାମ୍ପିଅନ ଶ୍ରୀଲଙ୍କାକୁ ପରାସ୍ତ କରିଛି । ପ୍ରଥମରୁ ଦୁର୍ବଳ ପ୍ରଦର୍ଶନ ପରେ ନାମିବିଆ ଏକ ସମ୍ମାନଜନକ ସ୍କୋର କରିପାରିଥିଲା । ପରେ ଶକ୍ତିଶାଳୀ ବୋଲିଂରେ ଶ୍ରୀଲଙ୍କାର ବ୍ୟାଟିଂକୁ ଧ୍ୱସ୍ତ କରିଦେଇଥିଲା । ପ୍ରଥମ ମ୍ୟାଚରେ ୫୫ ରନର ବିଜୟ ସହ ନାମିବିଆ ଟି୨୦ ବିଶ୍ୱକପର ଯାତ୍ରା ଆରମ୍ଭ କରିଛି ।

ଟସ ଜିତି ଶ୍ରୀଲଙ୍କ ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା । ପ୍ରଥମରୁ ନାମିବିଆକୁ ଗୋଟିଏ ପରେ ଗୋଟିଏ ଝଟକା ଦେଇଥିଲେ ସିଂହଳୀ ବୋଲର । ୩୫ ରନରେ ପ୍ରଥମ ତିନି ୱିକେଟ ହରାଇଥିବା ବେଳେ ପରେ ୯୬ ରନରେ ଅଧାରୁ ଅଧିକ ବ୍ୟାଟର ପ୍ୟାଭେଲିଅନକୁ ଫେରିଥିଲେ । ତେବେ ଶେଷ ଆଡକୁ ଦଳ ଜବରଦସ୍ତ ପ୍ରଦର୍ଶନ କରି ଏକ ସମ୍ମାନ ଜନକ ସ୍କୋରରେ ପହଞ୍ଚିଥିଲା । ଜେନ ପ୍ରାଇଲିଙ୍କ ଏବଂ ଜେ ସ୍ମିଟ ୩୩ ବଲରେ ୬୯ ରନର ଭାଗିଦାରୀ କରିଥିଲେ । ଜେନ ୨୮ ବଲରେ ୪୪ ରନ କରିଥିବା ବେଳେ ଏଥିରେ ୪ଟି ଚୌକା ସାମିଲ ଥିଲା । ସ୍ମିଟ ୧୬ ବଲରେ ୩୧ ରନ କରିଥିଲେ । ନାମିବିଆ ୧୬୩ ରନ ସ୍କୋର କରିଥିବା ବେଳେ ଶ୍ରୀଲଙ୍କା ସାମ୍ନାରେ ୧୬୪ ରନର ବିଜୟ ଲକ୍ଷ୍ୟ ରଖିଥିଲା ।

ତେବେ ଶ୍ରୀଲଙ୍କା ଏହାର ପିଛା କରି ଅଧାରେ ଅଟକିଯାଇଥିଲା । ୭ ଓଭରରେ ଦଳ ମାତ୍ର ୪୦ ରନ ସଂଗ୍ରହ କରିପାରିଥିଲା ନାମବିଆର ବୋଲର ଡେଭିଡ ବିଜ, ବେରନର୍ଡ ସ୍କଲ୍ଟଜ, ବେନ ଶିକୋଙ୍ଗୋ, ଜେନ ଫ୍ରାଇଲିଙ୍କ ୨ଟି ଲେଖାଏଁ ୱିକେଟ ନେଇ ଦଳକୁ ବିଜୟୀ କରାଇଥିଲେ ।