ଭାରତ-ଚୀନ ସୀମା ଲଢେଇ ବଳିଦାନ ଦେଇଥିବା ସହିଦଙ୍କ ନାଁ ପ୍ରକାଶ କଲା ଭାରତୀୟ ସେନା : ସହିଦଙ୍କ ମଧ୍ୟରେ ଅଛନ୍ତି ୨ ଓଡିଆ ; କନ୍ଧମାଳ ରାଇକିଆର ଚନ୍ଦ୍ରକାନ୍ତ ପ୍ରଧାନ ଓ ମୟୂରଭଂଜର ନନ୍ଦୁରାମ ସୋରେନ୍ ସହିଦ

1,270

କନକ ବ୍ୟୁରୋ : ଭାରତ-ଚୀନ ସୀମାରେ ସଂଘର୍ଷରେ ସହିଦ ଯବାନଙ୍କ ନାଁ । ୨୦ ଜଣ ସହିଦ ଯବାନଙ୍କ ନାମ ଜାରି କଲା ଭାରତୀୟ ସେନା । କର୍ଣ୍ଣେଲ୍ ବି ସନ୍ତୋଷ ବାବୁ – ହାଇଦ୍ରାବାଦ୍, ନାଏବ ସୁବେଦାର ନୁଦୁରାମ ସୋରେନ୍- ମୟୁରଭଞ୍ଚ, ସବ୍ ସୁବେଦାର୍ ମନଦୀପ ସିଂହ- ପଟିଆଲା, ନାଏବ ସୁବେଦାର୍ ଶତନାମ ସିଂହ- ଗୁରୁଦାସପୁର, ହାବିଲଦାର କେ ପଲାନି-ମଦୁରାଇ, ହାବିଲଦାର ସୁନୀଲ କୁମାର -ପାଟନା, ହାବିଲଦାର ବିପୁଳ ରାୟ-ମିରଟସିଟି, ନାଏକ ଦୀପକ କୁମାର- ରେୱା, ସିପାହୀ ରାଜେଶ ଓରଙ୍ଗ- ବୀରଗମ୍, ସିପାହୀ କୁନ୍ଦନ କୁମାର ଓଝା- ସାହିବଗଞ୍ଜ, ସିପାହୀ ଗଣେଶ ରାମ- କନକର୍, ସିପାହୀ ଚନ୍ଦ୍ରକାନ୍ତ ପ୍ରଧାନ- କନ୍ଧମାଳ, ଓଡ଼ିଶା, ସିପାହୀ ଅଙ୍କୁଶ- ହମିରପୁର, ସିପାହୀ ଗୁରବିନ୍ଦର- ସଙ୍ଗରୁର୍, ସିପାହୀ ଗୁରତେଜ ସିଂହ- ମନସା, ସିପାହୀ ଚନ୍ଦନ କୁମାର- ଭୋଜପୁର, ସିପାହୀ କୁନ୍ଦନ କୁମାର- ସହର୍ସା, ସିପାହୀ ଅମନ କୁମାର- ସମସ୍ତିପୁର, ସିପାହୀ ଜୟ କିଶୋର ସିଂହ- ବୈଶାଳୀ, ସିପାହୀ ଗ‌େଣେଶ ହାଁସଦା- ପୂର୍ବ ସିଂଘଭୂମ୍

 

ଭାରତ ଚୀନ ସୀମା ଗଲୱାନ ଘାଟୀରେ ୧୫ରାତିରେ ହୋଇଥିବା ଉତେଜନାରେ ସହିଦ ହୋଇଥିବା ୨୦ଯବାନଙ୍କ ମଧ୍ୟରେ ଓଡ଼ିଶାର ୨ଜଣ ବୀର ଯବାନ ଥିବା ଜଣାପଡିଛି । କନ୍ଧମାଳ ଜିଲ୍ଲା ରାଇକିଆ ବିଅରପାଙ୍ଗା ଗାଁର ଚନ୍ଦ୍ରକାନ୍ତ ପ୍ରଧାନ ଭାରତ ଚୀନ୍ ସୀମାରେ ସହିଦ ହୋଇଛନ୍ତି । ସେହିପରି ମୟୂରଭଂଜ ରାଇରଙ୍ଗପୁର ବିଜାତଳା ଗାଁର ଜଣେ ଯବାନ ଭାରତ ଚୀନ୍ ସୀମା ଗଲୱାନ ଘାଟିରେ କାର୍ଯ୍ୟରତ ଥିବା ବେଳେ ସହିଦ ହୋଇଛନ୍ତି । ବିଜାତଳାର ସହିଦ ଯବାନଙ୍କ ନାମ ସୁବେଦାର ନନ୍ଦୁରାମ୍ ସୋରେନ୍ ।