କନକ ବ୍ୟୁରୋ: ଆସନ୍ତା ସୋମବାର ସୁଦ୍ଧା ତିନି ରାଜ୍ୟ ପାଇଁ ନୂଆ ମୁଖ୍ୟମନ୍ତ୍ରୀଙ୍କ ନାଁ ଘୋଷଣା କରିପାରେ ବିଜେପି । ତିନି ରାଜ୍ୟ ପାଇଁ ନିଯୁକ୍ତ ହୋଇଥିବା ପର୍ଯ୍ୟବେକ୍ଷଙ୍କ ଉପସ୍ଥିତିରେ ବିଧାୟକ ଦଳ ବୈଠକ ବସିବ । ବୈଠକରେ ସିଧାସଳଖ ବିଧାୟକଙ୍କ ସହ କଥା ହୋଇ ସେମାନଙ୍କ ମତ ନେବେ ପର୍ଯ୍ୟବେକ୍ଷକ । ଏହା ପରେ କେନ୍ଦ୍ରୀୟ ନେତୃତ୍ୱଙ୍କ ସହ ପରାମର୍ଶ ନେଇ ନୂଆ ମୁଖ୍ୟମନ୍ତ୍ରୀଙ୍କ ନାଁ ଘୋଷଣା କରାଯିବ ।

Advertisment

ରାଜସ୍ଥାନ, ଛତିଶଗଡ଼ ଓ ମଧ୍ୟପ୍ରଦେଶରେ ବିଜେପି କୌଣସି ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା ନକରି ବିଜୟୀ ହୋଇଥିଲା । ଏହି ତିନି ରାଜ୍ୟରେ ଅନେକ ସାଂସଦ ଓ ମନ୍ତ୍ରୀ ବିଧାନସଭା ନିର୍ବାଚନ ଲଢିଥିଲେ । ସେମାନଙ୍କ ମଧ୍ୟରୁ ୧୨ ଜଣ ବିଜୟୀ ହୋଇଛନ୍ତି । ଏହା ପରେ ସେମାନେ ସାଂସଦ ସଦସ୍ୟତାରୁ ଇସ୍ତଫା ଦେଇଛନ୍ତି । ଏଭଳି ସ୍ଥିତିରେ ମୁଖ୍ୟମନ୍ତ୍ରୀ ପଦକୁ ନେଇ ଦୌଡ ଅଧିକ ରୋଚକ ହୋଇପଡିଛି । ଏମାନଙ୍କ ମଧ୍ୟରୁ କେହି ମୁଖ୍ୟମନ୍ତ୍ରୀ ହେବା ସମ୍ଭାବନା ମଧ୍ୟ ବଢିଛି ।