ତାଲିକାରେ ନାଁ ଥାଇ ବି ମିଳୁନି ଇନ୍ଦିରା ଆବାସ । ଭଙ୍ଗା ଘର ଛାଡି ସଂପର୍କୀୟଙ୍କ ଘରେ ଆଶ୍ରୟ ନେଇଛନ୍ତି ବାସହରା

154

କନକ ବ୍ୟୁରୋ: ତାଲିକାରେ ନାଁ ରହିଛି, ତଥାପି ମିଳୁନି ଇନ୍ଦିରା ଆବାସ । ଭଙ୍ଗା ଦଦରା ଅବସ୍ଥାରେ ଚାଳଘର ଛାଡି ବାଧ୍ୟ ହୋଇ ବାପଘରେ ଆଶ୍ରୟ ନେଇଛନ୍ତି ମହିଳା । ଏଦୁଃଖ ହେଉଛି ଢେଙ୍କାନାଳ ଜିଲ୍ଲା ଧଳପଡା ପଞ୍ଚାୟତ ଦର୍ଜନୀ ଗାଁର ରଘୁନାଥଙ୍କ ପରିବାରର ।

ଥିଲା ବାଲାକୁ ଘର ମିଳୁଛି, ହେଲେ ପ୍ରକୃତ ହିତାଧୀକାରୀ ବାଦ୍ ପଡୁଛନ୍ତି । ଘର କହିଲେ ମୁଣ୍ଡ ଉପରେ ଚାଳ ରହିଛି । ହେଲେ ଭଙ୍ଗାଦଦରା ଅବସ୍ଥାରେ । କେତେବେଳେ ଯେ ଖସି ପଡିବ କେହି କହିପାରିବେନି । ଢେଙ୍କାନାଳ ଜିଲ୍ଲା ଭୁବନ ବ୍ଲକ ଧଳପଡା ପଂଚାୟତର ଦର୍ଜନୀ ଗାଁର ରଘୁନାଥଙ୍କ ପରିବାର ଏବେ ଏପରି ଅବସ୍ଥାରେ ରହିବାକୁ ବାଧ୍ୟ ହେଉଛନ୍ତି । ପଂଚାୟତରୁ ବ୍ଲକ ଦୌଡିବା ପରେ ବି କିଛି ଫଳ ମିଳୁନି ।

ଏପରି ଭଙ୍ଗା ଘରେ ରହିବା ବିପଦସଙ୍କୁଳ ହୋଇଥିବାରୁ ଏବେ ଶଶୂରଘରେ ମୁଣ୍ଡ ଗୁଞ୍ଜିଛନ୍ତି । କରୋନା କଟକଣା କୋହଳ ପରେ ଦାଦନ ଖଟିବାକୁ ଛତିଶଗଡ ଯାଇଛନ୍ତି ରଘୁନାଥ । ଏପଟେ ଇନ୍ଦିରା ଆବାସଟିଏ ପାଇବାକୁ ଅପେକ୍ଷା କରି ରହିଛନ୍ତି ପୂରା ପରିବାର । ଘଟଣା ନେଇ ଭୁବନ ବ୍ଲକ ଅଧ୍ୟକ୍ଷଙ୍କ କହିବା କଥା ଆସିଥିବା ନୂଆ ତାଲିକାରେ ରହିଛି ତାଙ୍କର ଘର । ଶୀଘ୍ର କିପରି ବାସହରା ରଘୁନାଥଙ୍କ ପରିବାର ଘର ପାଇବେ ସେ ନେଇ ଉଦ୍ୟମ କରାଯିବ ।