ମଧ୍ୟ ପ୍ରଦେଶର ସବୁଠୁ ଧନୀ ପ୍ରାର୍ଥୀଙ୍କ ପାଖରେ ୬୬୦ କୋଟିର ସମ୍ପତ୍ତି , ଗରୀବ ପ୍ରାର୍ଥୀଙ୍କ ପାଖରେ ଅଛି ମାତ୍ର ୧୮୨୩ ଟଙ୍କା

Advertisment
ମଧ୍ୟ ପ୍ରଦେଶର ସବୁଠୁ ଧନୀ ପ୍ରାର୍ଥୀଙ୍କ ପାଖରେ ୬୬୦ କୋଟିର ସମ୍ପତ୍ତି , ଗରୀବ ପ୍ରାର୍ଥୀଙ୍କ ପାଖରେ ଅଛି ମାତ୍ର ୧୮୨୩ ଟଙ୍କା

source : Hindustan

ଆସନ୍ତାକାଲି ଦେଶରେ ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ। ଏହି ଚତୁର୍ଥ ପର୍ଯ୍ୟାୟ ନିର୍ବାଚନରେ ସାରା ଦେଶର ୭୧ଟି ସିଟରେ ମତଦାନ ହେବ । ଏମତିରେ ମଧ୍ୟ ପ୍ରଦେଶ ବହୁତ ଚର୍ଚ୍ଚାରେ ଅଛି । ଏଠି ୬ ସାଂସଦ ମଇଦାନରେ ଅଛନ୍ତି, ଏମାନଙ୍କ ମଧ୍ୟରୁ କିଛି କୋଟିପତି । କିଛି ପ୍ରାର୍ଥୀଙ୍କ ଉପରେ ଅପରାଧିକ ମାମଲା ଅଛି ତ ଆଉ କିଛି ଅଶିକ୍ଷିତ । ଆସୋସିଏଟ୍ ଡେମୋକ୍ରେଟିକ୍ ରିଫର୍ମସ(ଏଡିଆର) ରାଜ୍ୟର ୧୦୪ ପ୍ରାର୍ଥୀଙ୍କ ଏକ ରିପୋର୍ଟ ଜାରି କରିଛି । ଏଥିରେ କୋଟିପତି ପ୍ରାର୍ଥୀଙ୍କ ନାମ ଅଛି । ଏଥିରେ ଟପ୍ ୩ କଂଗ୍ରେସ ଟିକେଟରେ ନିଜ ଭାଗ୍ୟ ପରୀକ୍ଷା କରୁଛନ୍ତି ।

ଧନୀଙ୍କ ମଧ୍ୟରୁ ସବୁଠାରୁ ଆଗରେ ଅଛନ୍ତି ଛିନ୍ଦୱାଡା ପ୍ରାର୍ଥୀ ତଥା ମୁଖ୍ୟମନ୍ତ୍ରୀ କମଲନାଥଙ୍କ ପୁଅ ନକୁଲ ନାଥ। ସେ ହେଉଛନ୍ତି ୬୬୦ କୋଟି ଟଙ୍କାର ମାଲିକ। ପୂର୍ବତନ ବିରୋଧୀ ନେତା ତଥା କଂଗ୍ରେସ ପ୍ରାର୍ଥୀ ଅଜୟ ସିଂହ ୩୭ କୋଟି ଟଙ୍କାର ମାଲିକ ହୋଇଥିବା ବେଳେ ବିଜେପି ରାଜ୍ୟ ସଭାପତି ରାକେଶ ସିଂହଙ୍କ ୪ କୋଟିରୁ ଅଧିକ ଟଙ୍କାର ସମ୍ପତ୍ତି ଅଛି।ତେବେ, ଏମିତି ବି ସାଂସଦ ପ୍ରାର୍ଥୀ ଅଛନ୍ତି ଯେଉଁମାନେ ଖୁବ୍ ଗରୀବ। ସେମାନଙ୍କ ମଧ୍ୟରୁ ଜଣେ ହେଉଛନ୍ତି ସିଦ୍ଧିର ପ୍ରାର୍ଥୀ ଲଲ୍ଲନ କୁମାର, ଯାହାଙ୍କ ନିକଟରେ ୧,୮୨୩ ଟଙ୍କାର ସମ୍ପତ୍ତି ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe