ଆମ ଶରୀର ଏକଦମ ଆଶ୍ଚର୍ଯ୍ୟଜନକ ଢ଼ଙ୍ଗରେ କାମ କରିଥାଏ। ଏହାର ଏକ ବଡ଼ ବିଶେଷତ୍ୱ ରହିଛି । ନଖର ରଙ୍ଗ ଓ ଆକାରରୁ ମଧ୍ୟ ଆମେ ଜାଣିବା କେଉଁ ରୋଗରେ ପୀଡ଼ିତ।
/kanak/media/post_attachments/wp-content/uploads/2019/01/yellow-toenails-being-inspected-by-someone-with-gloved-hands-300x200.jpg)
ଯଦି ଆପଣଙ୍କର ନଖ ମୋଟା ହେଉଛି,ତେବେ ଜାଣନ୍ତୁ ଯେ କୌଣସି ପ୍ରକାରର ସଂକ୍ରମଣ ହେତୁ ଏଭଳି ଘଟିଛି । ଏହା ଫଳରେ ଆପଣ ମଧୁମେହ,ଏଗ୍ଜିମା,ସିରୋସିସ ଆଦି ରୋଗ ହେବାର ଆଶଙ୍କା ରହିଛି । ଯଦି ଆପଣଙ୍କ ନଖର ରଙ୍ଗ ହଳଦିଆ ହେଉଛି,ତେବେ ଏହା ପଛରେ ଭୂତାଣୁ ସଂକ୍ରମଣ ମୁଖ୍ୟ କାରଣ । ଯଦି ଆପଣଙ୍କର ନଖ ନୀଳ ରଙ୍ଗ ହେଉଛି,ତେବେ ଶରୀରରେ ପର୍ୟ୍ୟାପ୍ତ ମାତ୍ରାରେ ଅମ୍ଳଜାନ ନାହିଁ ବୋଲି ଜାଣନ୍ତୁ । ନଖର ରଙ୍ଗ ଯଦି ଧୂସର ବା କଳା ହେଉଛି,ତେବେ ତାହା ଥାଇରଏଡ୍ର ସୂଚନା ଦେଉଛି। ଅର୍ଥାତ୍ ଆପଣ ହରମୋନ୍ ଅସନ୍ତୁଳନର ଶିକାର ହୋଇପାରନ୍ତି। ଯଦି ଆପଣଙ୍କର ନଖ ଧଳା ରଙ୍ଗ ହେଉଛି,ତେବେ ତାହା ଆଇରନ୍ର ଅଭାବତାକୁ ଦର୍ଶାଉଛି ବୋଲି ଜାଣି ରଖନ୍ତୁ । ଅର୍ଥାତ୍ ଆପଣ କୌଣସି ରୋଗର ଶିକାର ହୋଇପାରନ୍ତି।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/12/05/2024-12-05t085615664z-9834a11b-9015-4cfe-ae63-b20008d51374.jpg)
/kanak/media/post_attachments/wp-content/uploads/2019/01/Nail-discolouration-The-colour-of-nails-could-be-an-indicator-of-health-782422.jpg)