କନକ ବ୍ୟୁରୋ : ମହାରାଷ୍ଟ୍ର ନାଗପୁରର ଏକ୍ଲପ୍ଲୋସିଭ କାରଖାନା ସୋଲାର ଇଣ୍ଡଷ୍ଟ୍ରିଜ ଇଣ୍ଡିଆ ଲିମିଟେଡରେର ଭୟଙ୍କର ବିସ୍ଫୋରଣ ହୋଇଛି । ଏଥିରେ ୯ ଜଣଙ୍କ ମୃତ୍ୟୁ ଓ ୩ ଗୁରୁତର ହୋଇଛନ୍ତି   । ମୃତକଙ୍କ ମଧ୍ୟରେ ଅଛନ୍ତି ୩ଜଣ ମହିଳା ଓ ୬ଜଣ ପୁରୁଷ । କାରଖାନାରେ ବିସ୍ଫୋରଣ ଖବର ପାଇବା ପରେ କଂପାନୀ ଗେଟ ଆଗରେ ମୃତକଙ୍କ ସଂପର୍କୀୟଙ୍କ ଭିଡ ଜମିଥିଲା । ସୁରକ୍ଷାକର୍ମୀ ଭିତରକୁ ନଛାଡିବାରୁ କଂପାନୀ ପରିସରରେ ଉତେଜନା ବଢିଥିଲା । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଂଚି ବୁଝାସୁଝା କରିବା ପରେ ସ୍ଥିତି ସ୍ୱାଭାବିକ ହୋଇଛି । ମୃତକଙ୍କ ପରିବାରକୁ ୫ ଲକ୍ଷ ଟଙ୍କା ଅନୁକମ୍ପାମୂଳକ ସହାୟତା ଘୋଷଣା କରିଛନ୍ତି ମହାରାଷ୍ଟ୍ର ସରକାର ।

Advertisment

ସୋଲାର ଇଣ୍ଡଷ୍ଟ୍ରୀ ପ୍ରାଇଭେଟ୍ ଲିମିଟେଡ୍ରେ ହୋଇଥିଲା ବିସ୍ଫୋରଣ । କୁହାଯାଉଛି, କାରଖାନାରେ ବିସ୍ଫୋରକ ପ୍ୟାକିଂ ବେଳେ ହଠାତ୍ ବିସ୍ଫୋରଣ ହୋଇ କାରଖାନାର ଛାତ ଉଡିଯାଇଛି । ବିସ୍ଫୋରଣ ଏତେ ଭୟଙ୍କର ଥିଲା ଯେ କମ୍ପି ଉଠିଥିଲା ଆଖପାଖର ଅଂଚଳ । ଏହାପରେ କାରଖାନାରେ ବିଷାକ୍ତ ଗ୍ୟାସ ବ୍ୟାପିଯାଇଥିବାରୁ ଅନେକ କର୍ମଚାରୀ ଅସୁସ୍ଥ ହୋଇପଡିଛନ୍ତି । ତେଣୁ ମୃତାହତଙ୍କ ସଂଖ୍ୟା ବଢିବା ଆଶଙ୍କା ରହିଛି ।

ଭାରତୀୟ ସେନା ପାଇଁ ଗୋଳାବାରୁଦ ନିର୍ମାଣ ସହ ପ୍ୟାକିଂ କରିଥାଏ ସୋଲାର ଇଣ୍ଡଷ୍ଟ୍ରୀ ପ୍ରାଇଭେଟ୍ ଲିମିଟେଡ୍ କମ୍ପାନୀ । ପୂର୍ବରୁ ଗତ ଅଗଷ୍ଟମାସରେ ମଧ୍ୟ କାରଖାନାରେ ବିସ୍ଫୋରଣ ହୋଇଥିଲା    । ତେଣୁ କାରଖାନାର ସୁରକ୍ଷା ବ୍ୟବସ୍ଥାକୁ ନେଇ ପ୍ରଶ୍ନ ଉଠୁଛି ।