ଖାକିରେ ଥାଇ ହୋଲି ଖେଳିଲେ, ନାଗିନ୍ ନିଶାରେ ମସଗୁଲ ହେଲେ । ନାଗିନ୍ ଗୀତର ତାଳେ ତାଳେ ନାଚିଲେ ଉଭୟ ମହିଳା ଓ ପୁରୁଷ ପୋଲିସ କର୍ମଚାରୀ ।

375

କନକ ବ୍ୟୁରୋ: ଯେଉଁଠି ସମସ୍ୟାର ସମାଧାନ ପାଇଁ ଲୋକେ ଯାଆନ୍ତି, ଅଭିଯୋଗ କରି ଦୁଃଖ ଦୂର କରିବାକୁ ଚାହାନ୍ତି । ଆଉ ଆଇନର ମନ୍ଦିର କହୁଥିବା ସ୍ଥାନରେ ଚାଲିଥିଲା ନାଗିନ୍ ଡ୍ୟାନ୍ସ । ଥାନା ଭିତରେ ଚାଲିଛି ନାଗିନ୍ ଡ଼୍ୟାନ୍ସ । ପୁଲିସ ପୋଷାକରେ ଥାନା ଭିତରେ ନାଗିନ୍ ଡ଼୍ୟାନ୍ସରେ ମସଗୁଲ ଅଛନ୍ତି ପୁଲିସ୍ ବାବୁମାନେ । କେବଳ ପୁରୁଷ ପୋଲିସ କାହିଁକି ମହିଳା ପୋଲିସ କର୍ମଚାରୀମାନେ ମଧ୍ୟ ଏମିତି ଡ୍ୟାନ୍ସ କରିଛନ୍ତି ଯେ ଆପଣ ଦେଖିଲେ ଆଶ୍ଚର୍ଯ୍ୟ ହୋଇଯିବେ । 

ସୂଚନା ମୁତାବକ, ଯାଜପୁର ଜିଲ୍ଲା ପାଣି କୋଇଲି ଥାନା ଭିତରେ ଚାଲିଥିଲା ନାଗିନ୍ ଡ୍ୟାନ୍ସ । ଖାକି ପୋଷାକ ପିନ୍ଧି ତଳେ ଗଡ଼ିଗଲେ ଆଉ ଗୀତ ତାଳେ ତାଳେ ନାଗିନ୍ ଡ୍ୟାନ୍ସ କଲେ । ତେବେ ହୋଲି ଦିନ ପୋଲିସ ବାବୁଙ୍କ ନାଗିନ୍ ଡ଼୍ୟାନ୍ସରେ ଯେଉଁଭଳି ଆଇଆଇସିଠାରୁ ହୋମଗାର୍ଡ ପର୍ଯ୍ୟନ୍ତ ମସଗୁଲ ହୋଇ ନାଚିଥିଲେ ତାହାର ଭିଡ଼ିଓ ଏବେ ଭାଇରାଲ ହେବାରେ ଲାଗିଛି ।