ଡ଼୍ୟୁଟି ସମୟରେ ନାଗିନ ଡ୍ୟାନ୍ସ କଲେ ସରକାରୀ କର୍ମଚାରୀ ! ହବନ କରେଙ୍ଗେ ଗୀତରେ ଡ୍ୟାନ୍ସ ଫ୍ଲୋରକୁ ଓହ୍ଲାଇଲେ ପୁରୁଷ ଓ ମହିଳା କର୍ମଚାରୀ

35

ସରକାରୀ କାର୍ଯ୍ୟାଳୟରେ ଡାନ୍ସ ଜଲୱା । ସରକାରୀ କାର୍ଯ୍ୟାଳୟରେ ଅଫିସ କର୍ମଚାରୀଙ୍କ ନାଗିନ ଡାନ୍ସ ଭିଡିଓ ଭାଇରାଲ ହୋଇଛି । ଏଭଳି ଦୃଶ୍ୟ ମଧ୍ୟପ୍ରଦେଶ ଦେବାଶ ମହିଳା ଶିଶୁ ବିକାଶ ବିଭାଗରେ ଦେଖିବାକୁ ମିଳିଛି । ଅଫିସରେ କାର୍ଯ୍ୟରତ ସମସ୍ତ କର୍ମଚାରୀ କାମଧନ୍ଦା ଛାଡି ନାଚରେ ମସଗୁଲ ହୋଇପଡିଛନ୍ତି । ପୁରୁଷ କର୍ମଚାରୀଙ୍କ ସହ ତାଳ ଦେଇ ଡାନ୍ସ ଫ୍ଲୋରକୁ ଓହ୍ଲାଇଥିଲେ ମହିଳା । କଜରାରେ, ହବନ କରେଙ୍ଗେ, ଓ ନାଗିନ ଡାନ୍ସର ଧୂନରେ ନାଚିଥିଲେ ଉଭୟ ମହିଳା ଓ ପୁରୁଷ କର୍ମଚାରୀ ।

ସୂଚନା ଅନୁଯାୟୀ ମହିଳା ଶିଶୁ ବିକାଶ ବିଭାଗର ପାର୍ଟିର୍ ରଖାଯାଇଥିଲା । ତା ପୁଣି ଡ୍ୟୁଟି ସମୟରେ । ତେବେ ଏହି ଭିଡିଓ ଭାଇରାଲ ହେବା ପରେ ଆଶୀଷ ସିଂହ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି । ଯଦି କାମ ସମୟରେ ଏଭଳି ଡାନ୍ସ କରାଯାଇଥିବା ତଦନ୍ତରୁ ସ୍ୱଷ୍ଟ ହେବ ତାହେଲେ କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ।