କନକ ବ୍ୟୁରୋ: ସମ୍ବଲପୁର ଲୋକସଭା ଆସନ ଛାଡିବାକୁ ନାରାଜ ନଗେନ୍ଦ୍ର ପ୍ରଧାନ । ଆଜି ମୁଖ୍ୟମନ୍ତ୍ରୀଙ୍କୁ ଭେଟି ନଗେନ୍ଦ୍ର କହିଛନ୍ତି, ୨୦୧୯ରେ ସେ କେବଳ ଲୋକସଭା ଆସନରୁ ଲଢିବାକୁ ଚାହୁଁଛନ୍ତି । କାହାକୁ , କୌଣସି ମତେ ସେ ସମ୍ବଲପୁର ଲୋକସଭା ସିଟ୍ ଛାଡିବେ ନାହିଁ । ପ୍ରଶାସକରୁ ରାଜନେତା ପାଲଟିଥିବା ନଳୀନୀ ପ୍ରଧାନ ବିଜେଡିରେ ଯୋଗ ଦେବା ପରେ , ସମ୍ବଲପୁର ଲୋକସଭା ଆସନରୁ ନଳୀନୀ ପ୍ରାର୍ଥୀ ହୋଇପାରନ୍ତି ବୋଲି କଳ୍ପନା ଜଳ୍ପନା ଚାଲିଛି । ଏଥିରେ ଚିହିଁକି ଉଠିଛନ୍ତି ନଗେନ୍ଦ୍ର ।
ଇଂଜିନିୟର ପ୍ରଶାସକ ଓ ପ୍ରଶାସକରୁ ରାଜନେତା ବନିଥିବା ନଳିନୀ ପ୍ରଧାନ ବିଜେଡିରେ ଯୋଗ ଦେବା ପରେ ଉଷୁମ ହୋଇଛି ସମ୍ବଲପୁର ରାଜନୀତି । ସମ୍ବଲପୁର ଲୋକସଭା ଆସନରୁ ବିଜେଡିରୁ ନଳିନୀ ପ୍ରଧାନ ପ୍ରାର୍ଥୀ ହୋଇପାରନ୍ତି ବୋଲି କଳ୍ପନା ଜଳ୍ପନା ଚାଲିଥିବା ବେଳେ ଚିହିଁକି ଉଠିଛନ୍ତି ନଗେନ୍ଦ୍ର ପ୍ରଧାନ । ୨୦୧୯ରେ କେବଳ ଲୋକସଭା ଆସନରୁ ଲଢିବାକୁ ଚାହୁଁଥିବା ନେଇ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ରୋକଠୋକ ଶୁଣାଇ ଦେଇଛନ୍ତି ସମ୍ବଲପୁର ସାଂସଦ । ତେବେ ନଗେନ୍ଦ୍ରଙ୍କ ଏପରି ଜିଦ୍ ସମ୍ବଲପୁର ରାଜନୀତିକୁ ସରଗରମ କରିଛି । ଚର୍ଚ୍ଚା ହେଉଛି, ନଳିନୀଙ୍କୁ ଲୋକସଭା ପାଇଁ ପ୍ରାର୍ଥୀ କରାଗଲେ, ନଗେନ୍ଦ୍ରଙ୍କୁ କୌଣସି ଏକ ବିଧାନସଭା ଆସନରୁ ପ୍ରାର୍ଥୀ କରାଯାଇପାରେ । ଲୋକସଭା ପାଇଁ ନିଜର ଦାବି ଜଣାଇଛନ୍ତି ସମ୍ବଲପୁର ସାଂସଦ । ସେପଟେ ନଳିନୀଙ୍କ ମିଣ୍ରଣ ଫଳରେ ବିଜେଡିକୁ ବଳ ମିଳିଛି ବୋଲି କହିଛନ୍ତି ନଗେନ୍ଦ୍ର ।
ଶୁକ୍ରବାର ଦିନ ଶତାଧିକ ସମର୍ଥକଙ୍କ ଗହଣରେ ବିଜେଡିରେ ସାମିଲ ହୋଇଛନ୍ତି ନଳିନୀ ପ୍ରଧାନ । ପ୍ରଥମ ଦିନର ତାଙ୍କର ତାଟବାଟ ଦେଖି ଜଣା ପଡୁଥିଲା ତାଙ୍କୁ କିଛି ବଡ଼ ଭୂମିକାରେ ପ୍ରୋଜେକ୍ଟ କରିପାରେ ବିଜେଡି । ତେବେ ଦଳର ସୁପ୍ରିମୋ ଯେଉଁ ଦାୟିତ୍ୱ ଦେବେ, ତାକୁ ତୁଲାଇବେ ବୋଲି କହିଥିଲେ ନଳିନୀ । ନଳିନୀ ବିଜେଡିରେ ଯୋଗ ଦେବା ପରେ ସମ୍ବଲପୁରର ବିଜେଡି ରାଜନୀତି ବଦଳିଥିବା ବେଳେ ନଗେନ୍ଦ୍ରଙ୍କ ଆଭିମୁଖ୍ୟ ଉପରେ ରହିଛି ସମସ୍ତଙ୍କ ନଜର ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2019/03/NALINI-NAGENDRA_00000.png)
/kanak/media/post_attachments/wp-content/uploads/2019/03/vlcsnap-2019-03-09-19h24m53s317-300x220.png)
/kanak/media/post_attachments/wp-content/uploads/2019/03/vlcsnap-2019-03-09-19h24m50s395-300x220.png)