ରାଜସ୍ଥାନରେ ମର୍ମନ୍ତୁଦ ସଡକ ଦୁର୍ଘଟଣା , ବସ୍ ସାମ୍ନାକୁ ଷଣ୍ଢ ଆସିଯିବାରୁ ନିୟନ୍ତ୍ରଣ ହରାଇଲେ ଡ୍ରାଇଭର୍ । ଦୁର୍ଘଟଣାରେ ୧୧ ମୃତ ୬ ଗୁରୁତର

151

ରାଜସ୍ଥାନରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଦୁର୍ଘଟଣାଟି ପାଖାପାଖି ଭୋର ୩ଟା ସମୟରେ ହୋଇଥିବାର ସୂଚନା ମିଳିଛି । ଏକ ଯାତ୍ରୀବାହୀ ବସ୍ ସାମ୍ନାକୁ ହଠାତ ଷଣ୍ଢ ଆସିଯିବାରୁ ଏହି ଦୁର୍ଘଟଣା ହୋଇଥିବା ଜଣାପଡିଛି । ଦୁର୍ଘଟଣାରେ ୧୧ ଜଣ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ୧୨ ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି । ଆହତଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । 

ସୂଚନାନୁସାରେ, ରାଜସ୍ଥାନ ଓ ନାଗପୁର ଜିଲ୍ଲା ମଧ୍ୟରେ ଶନିବାର ଦିନ ବଡ ଧରଣର ଦୁର୍ଘଟଣା ଘଟିଯାଇଛି । ବସ୍ ସାମ୍ନାରେ ଷଣ୍ଢ ଆସିଯିବା କାରଣରୁ ଡ୍ରାଇଭର ନିୟନ୍ତ୍ରଣ ହରାଇଥିଲେ । ଫଳରେ ବସଟି ଓଲଟି ପଡିଥିଲା । ଏଥିରେ ୧୧ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୨ ଜଣ ଆହତ ହୋଇଛନ୍ତି । ଆହତଙ୍କ ମଧ୍ୟରେ ୬ ଜଣଙ୍କ ଅବସ୍ଥା ସଙ୍କଟାପର୍ଣ୍ଣ ରହିଛି । ସୂଚନା ପାଇ ପୋଲିସ ଦୁର୍ଘଟଣା ସ୍ଥଳରେ ପହଁଚି ତଦନ୍ତ ଆରମ୍ଭ କରିଛି ।