ନାଗାର୍ଜୁନ ବେଶ ସାମଗ୍ରୀ ଚୋରୀ ଅଭିଯୋଗ ପ୍ରସଙ୍ଗ । ସ୍ପଷ୍ଟୀକରଣ ରଖିଲା ଶ୍ରୀ ମନ୍ଦିର ପ୍ରଶାସନ । କହିଲା, ଚୋରୀ ହୋଇନି ନାଗାର୍ଜୁନ ବେଶ ସାମଗ୍ରୀ 

99

କନକ ବ୍ୟୁରୋ : ନାଗାର୍ଜୁନ ବେଶ ସାମଗ୍ରୀ ଅଭିଯୋଗ ପ୍ରସଙ୍ଗରେ ସ୍ପଷ୍ଟୀକରଣ ରଖିଲା ଶ୍ରୀମନ୍ଦିର ପ୍ରଶାସନ । କହିଲା ନାଗାର୍ଜୁନ ବେଶ ସାମଗ୍ରୀ ସମ୍ପୂର୍ଣ୍ଣ ସୁରକ୍ଷିତ ରହିଛି । ଯେଉଁ ବେଶ ସାମଗ୍ରୀକୁ ନେଇ ଅଭିଯୋଗ ହୋଇଛି ତାହା ମହାପ୍ରଭୁଙ୍କ ନାଗାର୍ଜୁନ ବେଶରେ ବ୍ୟବହାର ହୋଇନଥିଲା । ବ୍ୟବହାର ହୋଇଥିବା ସାମଗ୍ରୀ ନିଳାଦ୍ରୀ ବିହାର ସଂଗ୍ରାହଳୟରେ ସୁରକ୍ଷିତ ରହିଛି ।

ନାଗାର୍ଜୁନ ବେଶ ପରେ ବେଶରେ ବ୍ୟବହାର ହୋଇଥିବା ସୂର୍ଯ୍ୟ, ଚନ୍ଦ୍ର ଚୋରି ହୋଇଥିବା ଅଭିଯୋଗ ହୋଇଥିଲା । ପରେ ଶ୍ରୀମନ୍ଦିର ପ୍ରଶାସନ ଏନେଇ ତନାଘନା ଆରମ୍ଭ କରିଥିଲା । ତନାଘନ ସହ ତଳିଆ କର୍ମଚାରୀ ନେଇଥିବା ଅଭିଯୋଗ ହୋଇଥିଲା ।

କିଛିଦିନ ପରେ ବେଶ କାରିଗରରଙ୍କୁ ସୂର୍ଯ୍ୟ, ଚନ୍ଦ୍ର ଫେରାଇଥିଲେ ସେବାୟତ । ତେବେ ଏନେଇ ଅନେକ ତନାଘନା ପରେ ଆଜି ସ୍ପଷ୍ଟିକରଣ ରଖିଛି ଶ୍ରୀମନ୍ଦିର ପ୍ରଶାସନ । ନାଗାର୍ଜୁନ ବେଶ ସାମଗ୍ରୀ ଚୋରୀ ହୋଇନଥିବା କହିଛି ପ୍ରଶାସନ ।