କନକ ବ୍ୟୁରୋ : ଶ୍ରୀମନ୍ଦିରରେ ନାଗାର୍ଜୁନ ବେଶକୁ ଆଉ ୨ ଦିନ ବାକି । ଏଥିପାଇଁ ପ୍ରସ୍ତୁତି ଜୋରସୋରର ଚାଲିଛି । କରୋନା କଟକଣା ମଧ୍ୟରେ ବିନା ଭକ୍ତରେ ହେବ ମହାପ୍ରଭୁଙ୍କ ନାଗାର୍ଜୁନ ବେଶ । ଏ ସମ୍ପର୍କରେ ଶେଷ ଆଲୋଚନା ପାଇଁ ଛତିଶା ନିଯୋଗ ବୈଠକ ଆଉ କିଛି ସମୟ ପରେ ବସୁଛି ।
ଗତ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ବେଶର ଅନଲାଇନ ବ୍ୟବସ୍ଥା ନେଇ ପ୍ରସ୍ତାବ ଆସିଥିଲା । ଗଜପତି ମହାରାଜ ଏହାକୁ ଗ୍ରହଣ କରିନଥିଲେ ବି ଅଗ୍ରାହ୍ୟ ବି କରିନଥିଲେ । ଏ ନେଇ ଆଜି ଆଲୋଚନା କରାଯିବ । ଦୀର୍ଘବର୍ଷ ପରେ ପଂଚୁକରେ ନାଗାର୍ଜୁନ ବେଶ ଭଳି ଦୁର୍ଲଭ ବେଶ ପଡୁଥିବାରୁ ଆଜିର ନିଷ୍ପତି ଉପରେ ସମସ୍ତଙ୍କ ନଜର ରହିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/11/JAGA.jpg)