କନକ ବ୍ୟୁରୋ : ଆସନ୍ତା ୨୬ ତାରିଖରେ ପଡିବ ମହାପ୍ରଭୁଙ୍କ ଦୁର୍ଲଭ ନାଗାର୍ଜୁନ ବେଶ । ତେବେ ଚଳିତବର୍ଷ କରୋନା କାରଣରୁ ଭକ୍ତଙ୍କୁ ପ୍ରଭୁଙ୍କର ଏହି ବେଶ ଦର୍ଶନ କରିବାର ସୌଭାଗ୍ୟ ମିଳିବନି । କାରଣ ନାଗାର୍ଜୁନ ବେଶ ଦର୍ଶନ ଉପରେ ରୋକ୍ ଲଗାଇଛନ୍ତି ସରକାର । କେବଳ ମନ୍ଦିର ଭିତରେ ନୀତି ସଂପାଦନ ହେବ ।
ତେବେ ଏହାକୁ ନେଇ ଭକ୍ତଙ୍କ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି । ମନ୍ଦିର ବାହାରେ ବିକଳ୍ପ ଦର୍ଶନ ବ୍ୟବସ୍ଥା କରିବାକୁ ଭକ୍ତ ଓ ସେବାୟତ ମହଲରେ ଦାବି ଉଠଛିଛି । ଶଙ୍କରାଚାର୍ଯ୍ୟଙ୍କ ସହ ପରାମର୍ଶ କରି ବାଟ ବାହାର କରିବାକୁ ଦାବି ହୋଇଛି ।