ସୁପ୍ରିମକୋର୍ଟରେ ନାଗାର୍ଜୁନ ବେଶ ଦର୍ଶନ ଦାବି । କରୋନା ଗାଇଡଲାଇନ୍ ସହ ମନ୍ଦିର ଖୋଲି ଶ୍ରୀଜିଉଙ୍କ ଦୁର୍ଲଭ ବେଶର ସର୍ବ ସାଧାରଣ ଦର୍ଶନ ପାଇଁ କୋର୍ଟରେ ଦାବି କଲା ଜଗନ୍ନାଥ ସଂସ୍କୃତି ଜନ ଜାଗରଣ ମଞ୍ଚ

202

କନକ ବ୍ୟୁରୋ : ସୁପ୍ରିମକୋର୍ଟରେ ଶ୍ରୀଜିଉଙ୍କ ନାଗାର୍ଜୁନ ବେଶ ଦର୍ଶନ ଦାବି । ମହାପ୍ରଭୁଙ୍କ ଦୁର୍ଲଭ ନାଗାର୍ଜୁନ ବେଶର ସର୍ବ ସାଧାରଣ ଦର୍ଶନ ଦାବି କରି ସର୍ବୋଚ୍ଚ ନ୍ୟାୟଳୟରେ ଆବେଦନ କରାଯାଇଛି । ଜଗନ୍ନାଥ ସଂସ୍କୃତି ଜନ ଜାଗରଣ ମଂଚ ପକ୍ଷରୁ ଏହି ଆବେଦନ କରାଯାଇଛି । କରୋନା ଗାଇଡଲାଇନ୍ ପାଳନ କରି ମନ୍ଦିର ଖୋଲିବା ପାଇଁ ମଂଚ ପକ୍ଷରୁ ସୁପ୍ରିମକୋର୍ଟରେ ଆବେଦନ କରାଯାଇଛି । ଏହାସହ ଶ୍ରୀମନ୍ଦିରେ ମହାପ୍ରଭୁଙ୍କ ନାଗାର୍ଜୁନ ବେଶର ଦର୍ଶନ ପାଇଁ ଭକ୍ତ ।

ସେପଟେ ଶ୍ରଦ୍ଧାଳୁଙ୍କ ପାଇଁ ମହାପ୍ରଭୁଙ୍କ ନାଗାର୍ଜୁନ ଦର୍ଶନ ମନା । ଛତିଶା ନିଯୋଗ ବୈଠକ ପରେ ଆଜି ଏନେଇ ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଓ ପୁରୀ ଜିଲ୍ଲାପାଳ । ନାଗାର୍ଜୁନ ବେଶ ନେଇ ପୁରୀ ଜିଲ୍ଲା ଓ ପ୍ରଶାସନ ତରଫରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ନାଗାର୍ଜୁନ ବେଶ ନେଇ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା କରାଯିବ । କେହିବି ଶ୍ରୀମନ୍ଦିର ଭିତରକୁ ଯିବେ ନାହିଁ । କେହି ବି ବାହାର ଲୋକ ସେବାୟତ ବେଶରେ ଆସିଲେ ହେବ ଦୃଢ କାର୍ଯ୍ୟାନୁଷ୍ଠାନ ହେବ । ଯେଉଁମାନେ ମନ୍ଦିର ଭିତରକୁ ଯିବେ ମୋବାଇଲ ନେବେନାହିଁ ବୋଲି ଶ୍ରୀମନ୍ଦିର ମୁଖ୍ୟପ୍ରଶାସକ କହିଛନ୍ତି । ନାଗାର୍ଜୁନ ବେଶ ଦିନ ୨୪ ଘଂଟା ପାଇଁ ପତିତପାବନଙ୍କ ଦର୍ଶନ ଉପରେ ମଧ୍ୟ କଟକଣା ଲାଗିପାରେ ।

ନୂଆବର୍ଷ ପୂର୍ବରୁ ଖୋଲିବ ଶ୍ରୀମନ୍ଦିର । ଡିସେମ୍ବର ଦ୍ୱିତୀୟ କି ତୃତୀୟ ସପ୍ତାହରେ ଖୋଲିପାରେ ଶ୍ରୀମନ୍ଦିର । ଛତିଶାନିଯୋଗ ର୍ବୈଠକ ପରେ ଶ୍ରୀମନ୍ଦିର ମୁଖ୍ୟପ୍ରଶାସକ ଏନେଇ ସୂଚନା ଦେଇଛନ୍ତି । କରୋନା ମହାମାରୀ ଯୋଗୁ ଗତ ୮ ମାସ ହେବ ପୁରୀ ଶ୍ରୀମନ୍ଦିର ବନ୍ଦ ରହିଛି । ଭକ୍ତଙ୍କ ଦର୍ଶନ ଉପରେ କଟକଣା ରହିଛି । ଭକ୍ତ ମାନେ କେବଳ ପତିତ ପାବନ ଦର୍ଶନ କରୁଛନ୍ତି ।