ଦୀର୍ଘ ୨୬ ବର୍ଷ ପରେ ହେବ ମହାପ୍ରଭଙ୍କ ନାଗାର୍ଜୁନ ବେଶ । ବିଜୟ ଦଶମୀରୁ ବେଶ ନିର୍ମାଣ ଅନୁକୂଳ ପରେ ଜୋରସୋରରେ ଚାଲିଛି ବେଶ କାମ, ହେଲେ ଏଥର ଭକ୍ତ କରିପାରିବେ ନାହିଁ ଦର୍ଶନ । 

127
କନକ ବ୍ୟୁରୋ: ନଭେମ୍ବର ୨୭ ତାରିଖରେ ମହାପ୍ରଭୁଙ୍କ ନାଗାର୍ଜୁନ ବେଶ । ପବିତ୍ର ବିଜୟା ଦଶମୀ ବା ଦଶହରା ଦିନ ଅନୁକୂଳ ପରେ ବେଶ ନିର୍ମାଣ କାମ ଜୋରସୋରରେ ଆଗେଇ ଚାଲିଛି । ନାଗା ବେଶ ପାଇଁ ହାଣ୍ଡିଆ, ତାଟି, ଦାଢି ଆଦି ଆବଶ୍ୟକ ମାପ ଅନୁଯାୟୀ ନିର୍ମାଣ କରାଯିବ । ସୋଲ, ଜରି ,ଜମୁରାରେ ବେଶ କରାଯିବ ।
ତେବେ ମହାପ୍ରଭୁଙ୍କ ଏହି ବେଶ ଦେଖିବା ପାଇଁ ବିଶ୍ୱର କୋଣ ଅନୁକୋଣରୁ ଭକ୍ତମାନେ ଆସୁଥିବା ବେଳେ ଏଥର ଶ୍ରଦ୍ଧାଳୁ ମହାପ୍ରଭୁଙ୍କ ଏହି ଯୋଦ୍ଧା ବେଶ ଦେଖିପାରିବେ ନାହିଁ । କରୋନା କଟକଣା କାରଣରୁ ମନ୍ଦିରରେ କେବଳ ରିତିନୀତି ହେବ ଏବଂ ବିଧି ମୁତାବକ ବେଶ କରାଯିବ । ଭକ୍ତମାନେ ଏହି ବେଶ ଦେଖିବାକୁ ବଂଚିତ ହେବେ ।

Comments are closed.