କନକ ବ୍ୟୁରୋ: ନଭେମ୍ବର ୨୭ ତାରିଖରେ ମହାପ୍ରଭୁଙ୍କ ନାଗାର୍ଜୁନ ବେଶ । ପବିତ୍ର ବିଜୟା ଦଶମୀ ବା ଦଶହରା ଦିନ ଅନୁକୂଳ ପରେ ବେଶ ନିର୍ମାଣ କାମ ଜୋରସୋରରେ ଆଗେଇ ଚାଲିଛି । ନାଗା ବେଶ ପାଇଁ ହାଣ୍ଡିଆ, ତାଟି, ଦାଢି ଆଦି ଆବଶ୍ୟକ ମାପ ଅନୁଯାୟୀ ନିର୍ମାଣ କରାଯିବ । ସୋଲ, ଜରି ,ଜମୁରାରେ ବେଶ କରାଯିବ ।
ତେବେ ମହାପ୍ରଭୁଙ୍କ ଏହି ବେଶ ଦେଖିବା ପାଇଁ ବିଶ୍ୱର କୋଣ ଅନୁକୋଣରୁ ଭକ୍ତମାନେ ଆସୁଥିବା ବେଳେ ଏଥର ଶ୍ରଦ୍ଧାଳୁ ମହାପ୍ରଭୁଙ୍କ ଏହି ଯୋଦ୍ଧା ବେଶ ଦେଖିପାରିବେ ନାହିଁ । କରୋନା କଟକଣା କାରଣରୁ ମନ୍ଦିରରେ କେବଳ ରିତିନୀତି ହେବ ଏବଂ ବିଧି ମୁତାବକ ବେଶ କରାଯିବ । ଭକ୍ତମାନେ ଏହି ବେଶ ଦେଖିବାକୁ ବଂଚିତ ହେବେ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/10/14-31.jpg)